Masthead

ଅବକାରୀ ଅଧିକ୍ଷକଙ୍କୁ ମହଙ୍ଗା ପଡିଲା ଭାଇରାଲ ଭିଡିଓ

ରାୟଗଡା (ବଡ଼ ଖବର ବ୍ୟୁରୋ): ବଡ଼ ଖବରରେ ବଡ ପ୍ରଭାବ। ନିଲମ୍ବିତ ହେଲେ ରାୟଗଡା ଅବକାରୀ ଅଧିକ୍ଷକ ପ୍ରଶନ୍ନ କୁମାର ନାୟକ । ବିଭାଗର କନେଷ୍ଟବଳଙ୍କୁ ସାଥିରେ ଧରି ଗୋଟିଏ ହୋଟେଲରେ ଲାଞ୍ଚ ମାଗୁଥିବା ଭେଣ୍ଡରଙ୍କ ସହ ମୂଲଚାଲ କରୁଥିବା ଏକ ଭିଡିଓକୁ ନ୍ୟୁଜ ମାଧ୍ୟମରେ ଲୋକଲୋଚନକୁ ଆଣିବା ପରେ ସରକାର ଅଧିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି । ରାୟଗଡ ଜିଲ୍ଲା ଗୁଣପୁର ଉପଖଣ୍ଡ ଏକ ହୋଟେଲରେ କନେଷ୍ଟବଳ ସୁଶାନ୍ତ ପାତ୍ରଙ୍କୁ ସାଥିରେ ଧରି ଅଧିକ୍ଷକ ପ୍ରସନ୍ନ ନାୟକ ଲାଞ୍ଚ ପାଇଁ ଡିଲ କରୁଥିଲେ।

ସେ ସମୟରେ ଷ୍ଟ୍ରିଙ୍ଗ ଅପରେସନ ହୋଇଥିବା ଭିଡିଓ ଜିଲ୍ଲାରେ ଘୁରି ବୁଲୁଥିଲା। ଏହି ଭିଡିଓ ପଛରେ ରହିଥିବା ସମସ୍ତ କଳା କାରନାମା ସମ୍ପର୍କରେ ବଡଖବରରେ ଅଗଷ୍ଟ ୧୫ ଦିନ ଗୁମର ଖୋଲିଥିଲା। ଖବର ପରିବେଷଣର ୨୪ଘଣ୍ଟା ଭିତରେ କନେଷ୍ଟବଳଙ୍କୁ ନିଲମ୍ବିତ କରିଥିବାବେଳେ ଅଧିକ୍ଷକଙ୍କ ପାଇଁ ବିଚାର ଝୁଲାଇ ରଖିଥିଲେ। ବିଧାନସଭା ମୌସୁମୀ ଅଧିବେଶନ କିଛି ଘଣ୍ଟା ପୂର୍ବରୁ ସରକାର ଗତକାଲି ନିଲମ୍ବିତ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼