Masthead

ଇଡି ସାମ୍ନାରେ ହାଜର ହେବାକୁ ମନା କଲେ ମମତା ବାନାର୍ଜୀଙ୍କ ବୋହୂ ରୁଜିରା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସାରା ଦେଶର ନଜର ବର୍ତ୍ତମାନ ପଶ୍ଚିମବଙ୍ଗ ରାଜନୀତି ଉପରେ । ଏହା ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ତଥା ଟିଏମସି ଦଳର ମହାସଚିବ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ଇଡି ସାମ୍ନାରେ ହାଜର ହେବା ପାଇଁ ମନା କରିଦେଇଛନ୍ତି । ରୁଜିରା କହିଛନ୍ତି, ସେ ଦିଲ୍ଲୀ ଆସିପାରିବେ ନାହିଁ । ଇଡି କୋଲିକତା ସ୍ଥିତ ବାସଭବନରେ ମନି ଲଣ୍ଡରିଂ ସମ୍ପର୍କରେ ପଚରା ଉଚରା କରୁ ବୋଲି ସେ କହିଛନ୍ତି ।

ଏହା ସହ ତାଙ୍କର ଦୁଇଟି ଛୋଟ ଛୁଆ ଅଛନ୍ତି । କରୋନା ସମୟରେ ଛୋଟ ପିଲାଙ୍କୁ ନେଇ ଦିଲ୍ଲୀ ଯିବା ବିପଦରୁ ମୁକ୍ତ ନୁହେଁ । ତେଣୁ ତାଙ୍କୁ କୋଲକାତାରେ ହିଁ ପଚରାଉଚରା କରାଯାଉ ବୋଲି ରୁଜିରା କହିଛନ୍ତି । ଅପରପକ୍ଷେ ମମତା ବାନାର୍ଜୀଙ୍କ ଭଣଜା ଏବଂ ତାଙ୍କ ପତ୍ନୀଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା । ରୁଜିରା ବାନାର୍ଜୀଙ୍କୁ ଆଜି ଦିଲ୍ଲୀସ୍ଥିତ ଇଡି କାର୍ଯ୍ୟାଳୟରେ ପଚରାଉଚରା ପାଇଁ ଡକାଯାଇଥିଲା ।

ସେହିପରି ତାଙ୍କ ସ୍ୱାମୀ ଅଭିଷେକ ବାନାର୍ଜୀଙ୍କୁ ସେପ୍ଟେମ୍ବର ୬ ତାରିଖରେ ପଚରାଉଚରା ପାଇଁ ଇଡି ଅଫିସକୁ ଡକାଯାଇଛି । ଅଭିଷେକ ବାନାର୍ଜୀ ଲୋକସଭାରେ ହୀରାଖଣ୍ଡ ହାରବର ଆସନରୁୁ ପ୍ରତିନିଧିତ୍ୱ କରିବା ସହ ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଅଛନ୍ତି । ଅନ୍ୟପଟେ ନଭେମ୍ବର ୨୦୨୦ ମସିହାରେ ଏକ ପ୍ରାଥମିକ ଅନୁସନ୍ଧାନ କଲା ପରେ ପିଏମଏଲଏରେ ଏହି ମାମଲାକୁ ରୁଜୁ କରାଯାଇଥିଲା । ସେହିପରି ସିବିଆଇର ଅନୁସନ୍ଧାନକ୍ରମେ ଆସାମସୋଳ, କୁନୁସ୍ତୋରିଆ ଏବଂ କାଜୋରା ଅଞ୍ଚଳରେ ଥିବା ଇଷ୍ଟର୍ଣ୍ଣ କୋଏଲଫିଲ୍ଡସ ଲିମିଟେଡର ଖଣି ସହ ଜଡିତ ବହୁ କୋଟି କୋଇଲା ଚୋରି ସ୍କାମର ଅଭିଯୋଗ କରାଯାଇଛି ।

ତେବେ ଇଡିର ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ରୁଜିରା ନିଜର କମ୍ପାନୀ ଗୁଡିକରୁ କୋଇଲା ଦୁର୍ନୀତିରେ ସମ୍ପୃକ୍ତ ଥିବା କମ୍ପାନୀ ଗୁଡିକକୁ ଫଣ୍ଡ ଟ୍ରାନ୍ସଫର କରିବାରେ ସାହାଯ୍ୟ କାରୁଥିଲେ । ଏହି ମାମଲାରେ ଅନୂପ ମାଝୀ ମୁଖ୍ୟ ସନ୍ଦିଗ୍ଧ ଅଟନ୍ତି ବୋଲି ସୂଚନା ମିଳିଛି । ଏହା ସହ ଅଭିଷେକ ବାନାର୍ଜୀ ଏହି ବେଆଇନ ବ୍ୟବସାୟୀରୁ ମିଳୁଥିବା ଅର୍ଥର ଭାଗିଦାରୀ ଅଛନ୍ତି ବୋଲି ପୂର୍ବରୁ ଇଡି ଦାବି କରିଆସୁଥିଲା । କିନ୍ତୁ ଅଭିଷେକ ବାନାର୍ଜୀ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଆସୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!