Masthead

ମମତାଙ୍କୁ ଘାରିଲା ମୁଖ୍ୟମନ୍ତ୍ରୀ ପଦ ହରାଇବା ଚିନ୍ତା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଘାରିଛି ମୁଖ୍ୟମନ୍ତ୍ରୀ ପଦ ହରାଇବା ଚିନ୍ତା । ପଶ୍ଚିମବଙ୍ଗର ସାତଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ହେଲେ ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ ସେମାନଙ୍କର ନିର୍ବାଚନ ସୂଚନା ଘୋଷଣା କରି ନାହାଁନ୍ତି । ଯାହାଫଳରେ ବିଧାନସଭାର ସଦସ୍ୟ ହୋଇନଥିବା ମମତା ବାନାର୍ଜୀଙ୍କୁ ନିଜ ପଦ ହରାଇବାର ଚିନ୍ତା ଘାରିଛି । ଏହା ବିରୋଧରେ ତୃଣମୂଳ କଂଗ୍ରେସ କଲିକତା ହାଇକୋର୍ଟର ଆଶ୍ରୟ ନେଇଛନ୍ତି ।

ଏହି ଆବେଦନରେ ହାଇକୋର୍ଟଙ୍କୁ ନିର୍ବାଚନ ଆୟୋଗ, କେନ୍ଦ୍ରୀୟ ଗୃହମନ୍ତ୍ରାଳୟ ତଥା ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ନିଦ୍ଧାରିତ ସମୟ ସୀମା ମଧ୍ୟରେ ଉପ-ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅପରପକ୍ଷେ ମମତା ବାନାର୍ଜୀ ,ମେ ୨୫ ତାରିଖରେ ଶପଥ ଗ୍ରହଣ କରିଥିଲେ । ଯଦି ୬ ମାସ ମଧ୍ୟରେ ମମତା ବାର୍ନାଜୀ ନିର୍ବାଚନରେ ଜିତି ବିଧାନସଭାର ସଦସ୍ୟ ନହୁଅନ୍ତି, ତାହାଲେ ତାଙ୍କୁ ନିଜର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ପଡିବ । ତେଣୁ ତୁରନ୍ତ ନିର୍ବାଚନ ତାରିଖ ଘୋଷଣା କରିବାକୁ ଆୟୋଗ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗକୁ ପଶ୍ଚିମବଙ୍ଗ ସରକାରଙ୍କ ଓକିଲ ରାମ ପ୍ରସାଦ ସାର୍କ ଅନୁରୋଧ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ