ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକଳଚିତ୍ର: ରୋଗୀସେବାରେ ମାତାଲ ସ୍ୱାସ୍ଥ୍ୟକର୍ମୀ

ସୋର: ବାଲେଶ୍ୱର ଜିଲ୍ଲା ସୋର ଡାକ୍ତରଖାନାରେ ରୋଗୀଙ୍କୁ ଦଇବ ସାହା । ରୋଗୀସେବା କରୁଛନ୍ତି ମାତାଲ ସ୍ୱାସ୍ଥ୍ୟକର୍ମୀ । ଡିୟ୍ୟୁଟି ସମୟରେ ଏଭଳି ବିକଳଚିତ୍ର ଦେଖିବାକୁ ମିଳୁଛି । ଅକ୍ସିଜେନ୍ ସିଲିଣ୍ଡର ବନ୍ଦକରି ସେ ଗୁରୁତର ରୋଗୀଙ୍କୁ ଫେରାଇ ଦେଇଥିବା ଅଭିଯୋଗ ହୋଇଛି । ଏତିକିରେ କଥା ସରିନି,ରୋଗୀ ଓ ସମ୍ପର୍କୀୟଙ୍କୁ ସେ ଗାଳିଗୁଲଜ କରିଥିବା ମଧ୍ୟ ଅଭିଯୋଗ ହେଉଛି ।

ସୋର ଥାନା ଗୋପିନାଥପୁର ପଞ୍ଚାୟତ ମଙ୍ଗଳପୁର ଅଞ୍ଚଳର ମିନକେତନ ଦାସମହାପାତ୍ର ନିମୋନିଆ ରୋଗରେ ପୀଡିତ ଅଛନ୍ତି । ଗତକାଲି ସନ୍ଧ୍ୟାରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ତାଙ୍କୁ ଅକ୍ସିଜେନ ସିଲିଣ୍ଡର ଲଗାଇଥିଲେ । ମାତ୍ର ସିଲିଣ୍ଡର ରାତିରେ ସରିଯାଇଥିଲା । ନୂଆ ସିଲିଣ୍ଡର ଲଗାଇବାକୁ ପରିବାର ଲୋକେ ଅନୁରୋଧ କରିଥିଲେ । କିନ୍ତୁ ଡିୟ୍ୟୁଟିରେ ଥିବା ମାତାଲା କର୍ମଚାରୀ ଜଣକ ନୂଆ ସିଲିଣ୍ଡର ଲଗାଇବାକୁ ରୋକଠୋକ ମନା କରିଦେଇଥିଲେ । ବାଧ୍ୟହୋଇ ମିନକେତନଙ୍କ ପରିବାର ଲୋକେ ପ୍ରାଇଭେଟ୍ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!