Masthead

ଖାଇଗଲେ ପାଇଖାନା ଟଙ୍କା

ଢେଙ୍କାନାଳ (ବଡ଼ ଖବର ବ୍ୟୁରୋ): ସ୍ୱଚ୍ଛ ଭାରତ ମିଶନରେ ଦୁର୍ନୀତି ଅଭିଯୋଗ। ଅଧାପନ୍ତରିଆ ଅବସ୍ଥାରେ ପଡ଼ିଛି ଶୌଚାଳୟ। ଢେଙ୍କାନାଳରେ ଫେଲ ମାରିଛି ସ୍ୱଚ୍ଛ ଭାରତ ମିଶନ । କିଛି ଅସାଧୁ କର୍ମଚାରୀ ଓ ଠିକାଦାରଙ୍କ ଯୋଗୁଁ ଲୋକଙ୍କୁ ଏହାର ସୁଫଳ ମିଳୁନାହିଁ। ଠିକାଦାର ଜରିଆରେ ତିଆରି ହୋଇଥିବା ଶୌଚାଳୟ ଅଧାରେ ପଡ଼ିଛି। ସ୍ୱଚ୍ଛ ଭାରତ ମିଶନରେ ଦୁର୍ନୀତି ଅଭିଯୋଗ। ଢେଙ୍କାନାଳ ସଦର ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ ରଣପଶି ଗ୍ରାମର ଇଏ ହେଉଛି ଦୃଶ୍ୟ। ଅଧାପନ୍ତରିଆ ଅବସ୍ଥାରେ ପଡ଼ିଛି ଶୌଚାଳୟ। ଢେଙ୍କାନାଳରେ ଫେଲ ମାରିଛି ସ୍ୱଚ୍ଛ ଭାରତ ମିଶନ ।

ଗାଁ ପରିମଳକୁ ସ୍ଵଚ୍ଛ ରଖିବା ପାଇଁ ୨୦୧୪ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ଏହି ମିଶନ ଆରମ୍ଭ ହୋଇଥିଲା। ଯୋଜନା ଅନୁଯାୟୀ ହିତାଧିକାରୀ ଚୟନ କରାଯାଇ ୧୨୦୦୦ ଟଙ୍କା ଦିଆଯାଇଛି ସତ। କିନ୍ତୁ କିଛି ଅସାଧୁ କର୍ମଚାରୀ ଓ ଠିକାଦାରଙ୍କ ଯୋଗୁଁ ଲୋକଙ୍କୁ ଏହାର ସୁଫଳ ମିଳୁନାହିଁ। ଠିକାଦାର ଜରିଆରେ ତିଆରି ହୋଇଥିବା ଶୌଚାଳୟ ଅଧାରେ ପଡ଼ିଛି। କାହାର କବାଟ ନାହିଁ ତ କେଉଁଠି ଟାଙ୍କି ନାହିଁ। ନିମ୍ନ ମାନରର କାମ ହେତୁ କୋଉଠି କାନ୍ଥ ଭୁଶୁଡ଼ି ଗଲାଣି ତ କୋଉଁଠି ଛାତ ଉଡିଯାଇଛି । ଗାଁରେ ଅଧିକାଂଶ ଶୌଚାଳୟର ଏହିଭଳି ଅବସ୍ଥା। ଗାଁ ମୁଣ୍ଡରେ ଅଛି ବାହ୍ୟ ମଳ ମୁକ୍ତ ବୋର୍ଡ ଲେଖାଯାଇଥିବା ନାମଫଳକ। କିନ୍ତୁ ଗାଁ ଭିତରର ଦୃଶ୍ୟ ସମ୍ପୂର୍ଣ ଭିନ୍ନ।

ଲୋକଙ୍କ କଲ୍ୟାଣ ପାଇଁ ସରକାରଙ୍କ ଯୋଜନା ଅସୁମାରୀ। ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ରାଜ୍ୟ ସରକାରଙ୍କ ପ୍ରଚାର ଆଉ ବାସ୍ତବତା ସ୍ଥିତି ସମ୍ପୂର୍ଣ ଭିନ୍ନ। ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଁଚି ପାରୁନି ବିକାଶର ଚିତ୍ର । ତେବେ ଏ ନେଇ ଗ୍ରାମବାସୀ ସରପଞ୍ଚଠୁ ଆରମ୍ଭ କରି ବିଡିଓଙ୍କୁ ଅବଗତ କରିବା ସତ୍ତ୍ବେ ମଧ୍ୟ ଫଳ ଶୂନ । ଏ ସମ୍ବନ୍ଧରେ ଏକ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ବିଡିଓଙ୍କୁ ଏ ନେଇ ଯୋଗାଯୋଗ କରିଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ। ରାଜ୍ୟ ସରକାରଙ୍କ ସ୍ବଚ୍ଛ ଶାସନ ଏହି ସ୍ୱଚ୍ଛ ଭାରତ ମିଶନରେ ସ୍ପଷ୍ଟ ଜଣାପଡିଛି। ତେବେ ସରକାର କେବେ ଏହି ଘଟଣାରେ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ