Masthead

ମହିଳା ଓ ସାମ୍ବାଦିକଙ୍କୁ ଟାର୍ଗେଟ କରୁଛି ତାଲିବାନ

କାବୁଲ(ବଡ଼ ଖବର ବ୍ୟୁରୋ):  ନିଷ୍ଠୁର ତାଲିବାନର ଅସଲ ଚେହେରା ଏବେ ପଦାକୁ ଆସିଛି । ସରକାର ଗଠନ କରି କ୍ଷମତାକୁ ଆସିବା ପରେ ମହିଳାଙ୍କ ଅଧିକାର ଓ ସ୍ୱାଧୀନତାକୁ ପାଦରେ ଦଳି ମକଚି ରଖିଦେଇଛି କ୍ରୁର ତାଲିବାନ ସରକାର । ଏହାକୁ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଉଥିବା ମହିଳାଙ୍କୁ ବି ଛାଡୁନି ନିଷ୍ଠୁର ତାଲିବାନ । ମାଡମାରି ସେମାନଙ୍କୁ ଅକଥନୀୟ ନିର୍ଯାତନା ଦେଉଛି । ଏପରିକି ମହିଳାଙ୍କ ଆନ୍ଦୋଳନକୁ କ୍ୟାମେରାରେ କଏଦ କରୁଥିବା ସାମ୍ବାଦିକଙ୍କୁ ବି ଟାର୍ଗେଟ କରୁଛି ନିୁଷ୍ଠୁର ତାଲିବାନ । କିଛି ଦିନ ପୂର୍ବେ ତାଲିବାନ ସରକାର ବିରୋଧରେ କିଛି ମହିଳା ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ୨ ଫଟୋ ସାମ୍ବାଦିକ ଏହି ଖବର ସଂଗ୍ରହ କରୁଥିବା ବେଳେ ତାଲିବାନର ଶିକାର ହୋଇଥିଲେ । ତାଲିବାନ ସେମାନଙ୍କୁ ପଶୁପରି ପିଟିବା ସହ ଥାନାକୁ ନେଇ ଲୁହା ରଡରେ ପିଟିଥିଲେ ।

ଏକ ପ୍ରେସ ବିବୃତିରେ ତାଲିବାନୀ ସରକାରଙ୍କୁ ଅପିଲ କରି ସଂଯୁକ୍ତ ରାଷ୍ଟ୍ର ହାଇକମିଶନର କହିଛନ୍ତି, ତାଲିବାନୀମାନେ ମହିଳା ଓ ସାମ୍ବାଦିକଙ୍କ ଉପରେ ଆତଙ୍କୀ ବଳ ପ୍ରୟୋଗ କରନ୍ତୁ ନାହିଁ । ଶାନ୍ତିପୂର୍ଣ୍ଣ ପ୍ରତିବାଦ ଜଣାଉଥିବା ମହିଳାଙ୍କ ଉପରେ ତାଲିବାନୀ ନିଜ ରାଗ ଶୁଝାଉଛି । ଏହା ସହ ସାମ୍ବାଦିକମାନଙ୍କୁ ବି ମନ ଇଚ୍ଛା ମାଡ ମାରୁଛନ୍ତି । ତେଣୁ ଏପରି ନିର୍ଯାତନା ସେମାନଙ୍କୁ ନ ଦେବା ପାଇଁ ସଂଯୁକ୍ତ ରାଷ୍ଟ୍ର ହାଇକମିଶନର ତାଲିବାନୀ ସରକାରଙ୍କୁ ଅପିଲ କରିଛନ୍ତି ।

ତାଲିବାନ ସରାକର ଗଢିବା ପରେ ନିଜ କ୍ୟାବିନେଟରେ ମହିଳାମାନଙ୍କୁ ସ୍ଥାନ ଦେଇ ନାହିଁ । କ୍ଷମତାକୁ ଆସିବା ପରେ ମହିଳାଙ୍କ ଅଧିକାର ଓ କ୍ଷମତାକୁ ପାଦରେ ଦଳିମକଚି ରଖିଦେଇଛି ନିଷ୍ଠୁର ତାଲିବାନ । ଶିକ୍ଷା କ୍ଷେତ୍ରରେ ବି ଲଗାଯାଇଛି ପ୍ରତିବନ୍ଧକ । ପୁଅ ଓ ଝିଅ ଏକାଠି ବସି ପଢିପାରିବେନି ବୋଲି ଲଗାହୋଇଛି କଟକଣା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା