Masthead

ମୁମ୍ବାଇ ନିର୍ଭୟା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ପୀଡିତାଙ୍କ ମୃତ୍ୟୁ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ମୁମ୍ବାଇରେ ନିର୍ଭୟା ଘଟଣାର ପୁନରାବୃତ୍ତି । ଚିକିତ୍ସାଧୀନ ଅବସ୍ଥାରେ ପୀଡିତାଙ୍କ ମୃତ୍ୟୁ । ଦୁଷ୍କର୍ମର ଶୀକାର ହୋଇଥିଲେ ସାକି ନାକା । ସିସିଟିଭିରେ କଏଦ ହୋଇଥିଲା ପୂରା ଘଟଣା । ଭେଣ୍ଟିଲେଟରେ ଚାଲିଥିଲା ପୀଡ଼ିତାଙ୍କ ଚିକିତ୍ସିତ । ଅଭିଯୁକ୍ତ ମୋହନ ଚୌହ୍ୱାନ ଗିରଫ ହୋଇଛି । ଆଇପିସି ଧାରା ୩୭୬ରେ ମାମଲା ରୁଜୁ ହୋଇଥିଲା । ସାରା ଦେଶର ଦିଲ୍ଲୀର ନିର୍ଭୟା କାଣ୍ଡ ଭୁଲିନଥିବା ବେଳେ ମୁମ୍ବାଇ ସାମ୍ନାକୁ ଆସିଛି ଆଉ ଗୋଟେ ଘଟଣା ।

କିଏ ଏହାକୁ ନିର୍ଭୟା କାଣ୍ଡର ପୁନରାବୃତ୍ତି କହୁଥିବା ବେଳେ ଆଉ କିଏ ଏହାକୁ ତା’ଠାରୁ ଭୟଙ୍କର ବୋଲି ବଖାଣିଛନ୍ତି । ଏପରିକି ଅଭିଯୁକ୍ତ ନୃଶଂସତାର ସମସ୍ତ ସୀମା ପାର କରିଯାଇଛନ୍ତି । ମହିଳାଙ୍କ ଗୁପ୍ତାଙ୍ଗରେ ରଡ ପୁରାଇ ଦେଇଥିବା ବେଳେ ଗୁରୁତର ମହିଳା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାମଲାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ଅଛନ୍ତି। ମାମଲାରେ ଅନେକ ଲୋକଙ୍କ ସମ୍ପୃକ୍ତି ନେଇ ପୋଲିସ ସନ୍ଦେହ କରୁଥିବା ବେଳେ ଗିରଫ ଅଭିଯୁକ୍ତକୁ ପଚରା ଉଚରା ଜାରି ରହିଛି।

ଏହି ଘଟଣା ଗୁରୁବାର ବିଳମ୍ବିତ ରାତ୍ରିରେ ସାକିନାକା ଖୈରାନୀ ରୋଡରେ ହୋଇଥିବା କୁହାଯାଉଛି। ରାତି ପ୍ରାୟ ୩ଟା ୩୦ ମିନିଟ୍‌ରେ ପୋଲିସକୁ ଘଟଣା ନେଇ ସୂଚନା ମିଳିଥିଲା। ସାକିନାକା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ରକ୍ତରେ ଜୁଡୁବୁଡୁ ବୋହୋସ ମହିଳାଙ୍କୁ ଉଦ୍ଧାର କରି ରାଜାବାଡୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି