Masthead

ମୁମ୍ବାଇରେ ଦିଲ୍ଲୀ ନିର୍ଭୟା ଘଟଣାର ପୁନରାବୃତ୍ତି, ଜୀବନ ଯୁଦ୍ଧରେ ହାରିଗଲେ ଦୁଷ୍କର୍ମ ପୀଡିତା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଜୀବନ ଯୁଦ୍ଧରେ ହାରିଗଲେ ଦୁଷ୍କର୍ମ ପୀଡିତା। ମୁମ୍ବାଇ ସାକିନାକା ଅଞ୍ଚଳରେ ଘଟିଥିବା ଦୁଷ୍କର୍ମ ମାମାଲାରେ ପୀଡିତା ମହିଳାଙ୍କ ମୃତ୍ୟୁ ହୋଇଛି। ନିର୍ଭୟା କାଣ୍ଡର ପୂନରାବୃତ୍ତି ଘଟିଥିବା ଏହି ମାମଲାରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଝିଲେ ପୀଡ଼ିତା। ଖବର ପ୍ରକାଶପରେ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଛି ଜନ ଅସନ୍ତୋଷ ।

ମୁମ୍ବାଇରେ ଦିଲ୍ଲୀ ନିର୍ଭୟା ଘଟଣାର ପୁନରାବୃତ୍ତି । ଘଟିଗଲା ଛାତିଥରା ଘଟଣା । ଅସାମାଜିକ ବ୍ୟକ୍ତିଙ୍କ ଅମାନୁଷିକ କାଣ୍ଡ । ମହିଳାଙ୍କୁ ଦୁଷ୍କର୍ମପରେ ଗୁପ୍ତାଙ୍ଗରେ ରଡ ଭର୍ତ୍ତିକରିଥିଲେ ବ୍ୟକ୍ତି ଜଣକ । ମୁମ୍ବାଇ ସାକିନାକା ଅଞ୍ଚଳରେ ଘଟିଲା ଅଭାବନୀୟ ଘଟଣା । ସେପ୍ଟେମ୍ବର ୧୦ ରାତି ପ୍ରାୟ୨ଟାରୁ ୩ଟା । ୩୨ ବର୍ଷୀୟ ଜଣେ ମହିଳାଙ୍କୁ କରାଯାଇଥିଲା ଦୁଷ୍କର୍ମ । ଦୁଷ୍କର୍ମ ପରେ ରାସ୍ତା କଡ଼ରେ ଫୋପାଡ଼ି ଦେଲେ ମହିଳାଙ୍କୁ । ଏ ସମସ୍ତ ଦୃଶ୍ୟ କଏଦ ହେଲା ସିସିଟିଭ କ୍ୟାମରାରେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ତାରେ ମହିଳାଙ୍କୁ ଦେଖି ପୋଲିସକୁ ଖବର ଦେଇଥିଲେ ରାସ୍ତାରେ ଯାଉଥିବା ଲୋକେ । ତେବେ ଶେଷରେ ଜୀବନ ସଂଘର୍ଷରେ ହାରିଗଲେ ପୀଡିତା । ଚିକିତ୍ସାଧୀନ ଅବସ୍ଥାରେ ପୀଡିତାଙ୍କ ମୃତ୍ୟୁ ଘଟିଛି ।

ଘଟଣା ଦିନ ଖବର ପାଇ ମୁଖ୍ୟ କଣ୍ଟ୍ରୋଲ ରୁମରେ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ । ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ ଡାକ୍ତରଖାନା ପଠାଇଥିଲା ପୋଲିସ । କିନ୍ତୁ ଡାକ୍ତରଖାନାରେ ମହିଳାଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ସଙ୍ଗେ ସଙ୍ଗେ ମହିଳା ଜଣଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଗଲା । ଏଭଳି ଘଟଣା ମିଡ଼ିଆରେ ପ୍ରକାଶ ପରେ ଦୋଷୀକୁ କଠୋର ଦଣ୍ଡ ଦାବୀ କରିଛନ୍ତି ଦେଶବାସୀ । ସେପଟେ ପୋଲିସ ଘଟଣାର ତଦନ୍ତ କରି ସିସିଟିଭ ଫୁଟେଜ ଆଧାରରେ ଅଭିଯୁକ୍ତ ମୋହନ ଚୌହାନଙ୍କୁ ଆଇପିସି ଧାରା ୩୭୬ ଓ ୩୦୭ ଦଫା ରୁଜ୍ଜୁ କରି ଗିରଫ କରିଛି । ତେବେ ଏଥିରେ ଆଉ କାହାର ସଂପୃକ୍ତି ଅଛି ସେନେଇ ପୋଲିସ ଛାନଭିନ୍ କରୁଛି ।

ଶେଷରେ ସବୁଦିନ ପାଇଁ ଆଖିବୁଝିଲେ ଅସହାୟ ପୀଡ଼ିତା । ନିର୍ଭୟା ଘଟଣାକୁ ଲୋକେ ଭୁଲି ନଥିବା ବେଳେ ମୁମ୍ବାଇର ଏହି ଘଟଣା ଲୋକଙ୍କୁ ଚକିତ କରିଛି । ଦୋଷୀକୁ କଠୋର ଦଣ୍ଡ ପାଇଁ ଏବେ ସାଧାରଣରେ ଦାବି ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ