Masthead

ଇନ୍ଦିରା ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ସାହସିକ ନିଷ୍ପତ୍ତି: CJI

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତର ପ୍ରଧାନ ବିଚାରପତି ଏନ.ଭି. ରାମନା ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି । ଏଥର ଅନ୍ୟକାହାକୁ ନେଇ ନୁହେଁ ବରଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧିଙ୍କ ବିଷୟରେ କହି ସମସ୍ତଙ୍କର ଦୃଷ୍ଟିକୁ ଆକର୍ଷଣ କରିଛନ୍ତି । ପ୍ରୟାଗରାଜରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଇନ୍ଦିରା ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଅହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ବିଷୟରେ ଆଲୋଚନା କରିଥିଲେ । ତେବେ ୧୯୭୫ ମସିହାରେ ଆଲ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଜଗମୋହନଲାଲ ସିହ୍ନା ଇନ୍ଦିରା ଗାନ୍ଧୀଙ୍କୁ ନେଇ ଏକ ରାୟ ଶୁଣାଇଥିଲେ ।

ଇନ୍ଦିରା ଗାନ୍ଧୀଙ୍କୁ ସେ ଅଯୋଗ୍ୟ ଘୋଷଣା କରିଥିଲେ । ଏହା ଅତ୍ୟନ୍ତ ସାହସିକ ନିଷ୍ପତ୍ତି ଥିଲା । କାହିଁକିନା ସେତେବେଳେ ଇନ୍ଦିରା ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ଏବଂ ଏହାର ପ୍ରତ୍ୟକ୍ଷ ପ୍ରଭାବ ଜରୁରିକାଳୀନ ଘୋଷଣା ପଛରେ ଥିଲା ବୋଲି ଅନୁମାନ କରାଯାଉଛି ବୋଲି ଏନ.ଭି. ରାମନା କହିଛନ୍ତି । ଏହା ସହ ଆହ୍ଲାବାଦ ହାଇକୋର୍ଟର ୧୫୦ ବର୍ଷରୁ ଅଧିକ ଇତିହାସ ରହିଛି । ଏପରିକି ଆହ୍ଲାବାଦ ବାର ଏବଂ ବେଞ୍ଚ ଦେଶର କେତେକ ମହାନ ଆଇନଗତ ଷ୍ଟାଲୱାର୍ଟ ମଧ୍ୟ ପ୍ରସ୍ତୁତ କରିଛନ୍ତି । ବିଧାନସଭାର ପ୍ରଥମ ସଭାପତି ଡ଼କ୍ଟର ସଚ୍ଚିଦାନନ୍ଦ ସିହ୍ନା, ପଣ୍ଡିତ ମୋତିଲାଲ ନେହେରୁ, ତେଜ ବାହାଦୂର ସାପର ଏବଂ ପୁରୁଷୋତ୍ତମ ଦାସ ଟଣ୍ଡନ ଏହି ବାରର ସଦସ୍ୟ ଥିଲେ ବୋଲି ଭାରତର ପ୍ରଧାନ ବିଚାରପତି ଏନ.ଭି. ରାମନା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା