Masthead

ବାପ ଛେଉଣ୍ଡ ୧୦ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାପଛେଉଣ୍ଡ ଜଣେ ୧୦ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ । ଶନିବାର ସନ୍ଧ୍ୟାରେ ଏହି ଲଜ୍ଜାଜନକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅଞ୍ଚଳରେ । ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ଅଭିଯୁକ୍ତ ପ୍ରତାପ ପୃଷ୍ଟି ଓରଫ ଧଳିଆକୁ ଗିରଫ କରିଛି ପୋଲିସ । ଅଭିଯୋଗ ଅନୁଯାୟୀ, ଶନିବାର ପ୍ରାୟ ସାଢ଼େ ୬ଟାରେ ପୀଡ଼ିତା ପାଖ ବଜାରକୁ ଜଳଖିଆ ଆଣିବା ପାଇଁ ଯାଇଥିଲେ । ଏକାକୀ ଦେଖି ପ୍ରତାପ ତାଙ୍କୁ ୨୦ ଟଙ୍କା ଦେବା ସହ କିଛି ବାଟ ପିଛା କରିଥିଲେ ।

ଏହାପରେ ସୁଯୋଗ ଦେଖି ତାଙ୍କୁ ଜୋର ଜବରଦସ୍ତ ଏକ ଅନ୍ଧାରୁଆ ସ୍ଥାନକୁ ନେଇଯାଇଥିଲେ । ସେଠାରେ ଦୁଷ୍କର୍ମ ଉଦ୍ୟମ କରିଥିଲେ । ତେବେ ନାବାଳିକା ଜଣକ ଚିତ୍କାର କରିବାରୁ ପ୍ରତାପ ତାଙ୍କୁ ମାଡ଼ ମାରିବା ସହ ତଣ୍ଟିଚିପି ମାରିଦେବାକୁ ଧମକ ଦେଇଥିଲେ । ସୌଭାଗ୍ୟବଶତଃ ନାବାଳିକା ଜଣକ ପ୍ରତାପ କବଳରୁ ଖସିଆସି ଘରେ ଘଟଣା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏହା ଜାଣିବା ପରେ ପରିବାର ଲୋକେ ପ୍ରତାପକୁ କାବୁ କରି ପୋଲିସ ଖବର ଦେଇଥିଲେ । ଏ ନେଇ ଥାନାରେ ଦଫା ୩୬୬, ୩୪୧, ୩୫୪, ୩୫୪(ଏ), ୩୫୪(ବି), ୩୨୩, ୩୦୭ ଏବଂ ୮ ପକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରାଯାଇଛି । ରବିବାର ପୋଲିସ ପ୍ରତାପଙ୍କ ଡାକ୍ତରୀମାଇନା କରାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏନକାଉଣ୍ଟର ପୂର୍ବରୁ ହାର୍ଡକୋର ମାଓନେତା ବାସବରାଜର ଶେଷ ଚିଠି 🔴 ଯାହାଙ୍କ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି ତାଙ୍କଠୁ ସମ୍ମାନିତ ହେଉଛନ୍ତି 🔴 ଫରେଷ୍ଟରଙ୍କୁ ଗୁଳି କରି ପହତ୍ୟା 🔴 କାଳବୈଶାଖୀ ପାଇଁ ଆଲର୍ଟ 🔴 ଭିଜିଲାନ୍ସ ଜାଲରେ ପୋଲିସ ASI 🔴 ଆଜି ବସିବ ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା 🔴 ନିଷ୍ଠୁର ପାକିସ୍ତାନ, ବିପଦରେ ପକାଇଲା ୨୨୭ ଜୀବନ 🔴 ୮ ମାସର ସଂଘର୍ଷ…ରେକର୍ଡ କଲା ଶିକ୍ଷା…ଜଣେ ନୁହେଁ ସବୁରେ ବିଶ୍ୱାସ ରଖୁଥିବା ଶିକ୍ଷାର ସଫଳତା 🔴 ଏନକାଉଣ୍ଟର ପୂର୍ବରୁ ହାର୍ଡକୋର ମାଓନେତା ବାସବରାଜର ଶେଷ ଚିଠି 🔴 ଯାହାଙ୍କ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି ତାଙ୍କଠୁ ସମ୍ମାନିତ ହେଉଛନ୍ତି 🔴 ଫରେଷ୍ଟରଙ୍କୁ ଗୁଳି କରି ପହତ୍ୟା 🔴 କାଳବୈଶାଖୀ ପାଇଁ ଆଲର୍ଟ 🔴 ଭିଜିଲାନ୍ସ ଜାଲରେ ପୋଲିସ ASI 🔴 ଆଜି ବସିବ ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା 🔴 ନିଷ୍ଠୁର ପାକିସ୍ତାନ, ବିପଦରେ ପକାଇଲା ୨୨୭ ଜୀବନ 🔴 ୮ ମାସର ସଂଘର୍ଷ…ରେକର୍ଡ କଲା ଶିକ୍ଷା…ଜଣେ ନୁହେଁ ସବୁରେ ବିଶ୍ୱାସ ରଖୁଥିବା ଶିକ୍ଷାର ସଫଳତା