Masthead

“ବଡ଼ ଖବର” ର ବଡ଼ ପ୍ରଭାବ, ବଦଳିଲେ ଖପ୍ରାଖୋଲ ରେଞ୍ଜର

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ବଡ଼ ଖବର ର ବଡ଼ ପ୍ରଭାବ। ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମ ମହାଙ୍ଗା ପଡିଲା। ବଡ଼ ଖବର ପ୍ରତିନିଧିଙ୍କୁ ହତ୍ୟା ଧମକ ଦେଇ ବିବାଦରେ ଛନ୍ଦି ହୋଇଥିବା ରେଞ୍ଜର ଶ୍ରୀବତ୍ସ କୁମୁରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ରେଞ୍ଜର ଶ୍ରୀବତ୍ସ କୁମୁରାଙ୍କୁ ବୌଦ୍ଧ ଜିଲ୍ଲା ମାଧପୁରରେଞ୍ଜକୁ ବଦଳି କରାଯାଇଛି। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ତେବେ କୁମୁରାଙ୍କ ଜାଗାରେ ମାଧପୁର ରେଞ୍ଜର ସରୋଜ ମିଶ୍ରଙ୍କୁ ଅବସ୍ଥାପିତ କରାଯାଇଛି। ଗନ୍ଧମାର୍ଦ୍ଦନ ଜଙ୍ଗଲ ଜମିରୁ ବେଆଇନ ମାଟି ଉଠାଇ ରାସ୍ତା ନିର୍ମାଣ କରି ବିବାଦୀୟ ହୋଇଥିଲେ କୁମୁରା। ତହସିଲର ବିନା ଅନୁମତିରେ ଜଙ୍ଗଲ ଜମିରୁ ବେଆଇନ ଭାବରେ ମାଟି ଉଠାଇଥିଲେ କୁମୁରା। ଏପରିକି ଏନେଇ ଖବର ପରିବେଷଣ ନେଇ ବଡ଼ ଖବର ପ୍ରତିନିଧିଙ୍କୁ ହତ୍ୟା ଧମକ ବି ଦେଇଥିଲେ।

ପରେ ରେଞ୍ଜ ଅଫିସରେ ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କୁ ଡାକି ବୈଠକ କରିବା ସହ ସାମ୍ବାଦିକଙ୍କୁ ଗିରଫ କରିବା ପାଇଁ ଉସୁକାଇଥିଲେ କୁମୁରା। ବିଭିନ୍ନ ବେଆଇନ କାର୍ଯ୍ୟରେ ଜଡ଼ିତ ନେଇ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶ୍ରୀବତ୍ସକୁମୁରାକୁ ଖପ୍ରାଖୋଲରୁ ମାଧପୁରକୁ ବଦଳି କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ