Masthead

ପାଞ୍ଚ ବର୍ଷ ଧରି ଉଦୟ ଚୋପ୍ରାଙ୍କୁ ଡେଟ୍ କରୁଥିଲେ ନର୍ଗିସ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ରକଷ୍ଟାର ଅଭିନେତ୍ରୀ ନର୍ଗିସ୍ ଫକ୍ରି । ଦୀର୍ଘ ଦିନ ହେବ ବଡ ପରଦାରୁ ଦୁରେଇ ରହିଛନ୍ତି । ତାଙ୍କୁ କୌଣସି ସିନେମାରେ ବି ଦେଖିବାକୁ ମିଳୁନାହିଁ । କିନ୍ତୁ ସୋସିଆଲ ମିଡିଆ ମାଧ୍ୟମରେ ସେ ନିଜ ଫ୍ୟାନ୍ସଙ୍କ ସହ ଟଚରେ ରୁହନ୍ତି । ଶୁଣିବାକୁ ମିଳିଥିଲା ଯେ ସେ କରୋନା ପରଠାରୁ ମୁମ୍ବାଇ ଛାଡି ୟୁଏସ ଚାଲି ଯାଇଛନ୍ତି । କିନ୍ତୁ ନିକଟରେ ନିଜ ଲଭ ଲାଇଫକୁ ନେଇ ସେ କରିଛନ୍ତି ବଡ ଖୁଲାସା ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି ।

ପୂର୍ବରୁ ବଲିଉଡ ଅଭିନେତା ଉଦୟ ଚୋପ୍ରା ଓ ନର୍ଗିସ୍ ପରସ୍ପରକୁ ଡେଟ କରୁଥିବା କଥା କାଫି ଶୁଣିବାକୁ ମିଳିଛି ବଲିଉଡ ଇଣ୍ଡଷ୍ଟ୍ରିରେ । ଏପରିକି ଦୁହେଁ ଲିଭ୍-ଇନ୍ ରେ ରହୁଥିବା ଖବର ମଧ୍ୟ ଶୁଣିବାକୁ ମିଳିଥିଲା ବିଗତ ଦିନରେ । କିନ୍ତୁ ଉଭୟ ଏହାକୁ ନେଇ କେବେ ସର୍ବସମ୍ମୁଖରେ ମୁହଁ ଖୋଲି ନଥିଲେ । ଏବେ କିନ୍ତୁ ନର୍ଗିସ ନିଜେ ଏହି କଥା ଉପରୁ ପରଦା ହଟାଇଛନ୍ତି । ସେ ଉଦୟଙ୍କୁ ଡେଟ୍ କରୁଥିବା ନେଇ ନିଜେ ସ୍ୱୀକାର କରିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ଏପରି କହିଛନ୍ତି ନର୍ଗିସ । ତାଙ୍କ କଥା ଅନୁସାରେ ସେ ପାଞ୍ଚବର୍ଷ ଧରି ଉଦୟଙ୍କ ସହ ରିଲେସନଶିପ୍ ରେ ରହିଥିଲେ । କିନ୍ତୁ ଏହାକୁ ସେ କେବେ ବି ସର୍ବସମ୍ମୁଖକୁ ଆଣି ନଥିଲେ । କାରଣ ତାଙ୍କୁ ଏଭଳି କରିବାକୁ କିଛି ଲୋକ ମନା କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଉଦୟ ଏବଂ ତାଙ୍କ ସମ୍ପର୍କ ବିଷୟରେ ବୋଧହୁଏ ଚିତ୍କାର କରି କହିବାର ଥିଲା । କାରଣ ସେ ସବୁଠାରୁ ଭଲ ମଣିଷ ସହ ରିଲେସନଶିପ୍ ରେ ଥିଲେ । ଇଣ୍ଟରନେଟ ଓ ସୋସିଆଲ ମିଡିଆ ତାଙ୍କ ବିଷୟରେ ଅନେକ ଭୁଲ ତଥ୍ୟ ଦେଉଛି ସେଥିପାଇଁ ଲୋକମାନେ ସତ କଣ ଜାଣିପାରୁ ନାହାଁନ୍ତି ।

ତେବେ ୨୦୧୪ରେ ଉଦୟ ଓ ନର୍ଗିସଙ୍କର ଏହି ଖବର ବେଶ ଚର୍ଚ୍ଚା ହେଉଥିଲା ସିନେ ଜଗତରେ । କିନ୍ତୁ ସେତେବେଳେ ଉଭୟ ଏହି ଖବରକୁ ଖଣ୍ଡନ କରିଥିଲେ । ବ୍ରେକଅପ୍ ପରେ ନର୍ଗିସ ମୁମ୍ବାଇ ଛାଡି ନ୍ୟୁୟର୍କ ପଳାଇଥିଲେ । ସେତେବେଳେ ନର୍ଗିସ ବ୍ରେକଅପ୍ ଯୋଗୁଁ ମୁମ୍ବାଇ ଛାଡି ଦେଇଥିବା କଥା ମଧ୍ୟ କାଫି ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ନର୍ଗିସ ଫକ୍ରି ୨୦୧୧ରେ ଫିଲ୍ମ ରକଷ୍ଟାର ମଧ୍ୟମରେ ଏଣ୍ଟ୍ରି କରିଥିଲେ ବି ଟାଉନରେ । ପରେ ପରେ ତାଙ୍କୁ ମଦ୍ରାସ କ୍ୟାଫେ, ଫଟା ପୋଷ୍ଟର ନିକଲା ହିରୋ, କିକ୍, ମେଁ ତେରା ହିରୋ, ହାଉସଫୁଲ-୩, ତୋରବାଜ ଭଳି କିଛି ମୁଭିରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେ ଦୀର୍ଘ ଦିନ ହେବ ବଡ ପରଦାରେ ନଜର ଆସି ନାହାଁନ୍ତି । ପୁଣି କେବେ ସେ ଅଭିନୟ ଦୁନିଆକୁ ବ୍ୟାକ୍ କରିବେ ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ