Masthead

ଭୁବନେଶ୍ୱରରେ ସ୍ୱିଗି ବୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିଜେ ନିଜକୁ ଅପହରଣ କରିଥିବା ସ୍ୱିଗି ବୟକୁ ଆଜି ମଧ୍ୟପ୍ରଦେଶରୁ ଭୁବନେଶ୍ୱର ଅଣାଯାଇଛି । ଜଣେ ଯୁବତୀଙ୍କୁ ସାଥୀରେ ନେଇ ସେ ମଧ୍ୟପ୍ରଦେଶ ପଳାଇ ଯାଇଥିଲା । ପ୍ରେମିକା ସହ ତାକୁ ଭୁବନେଶ୍ୱର ଅଣାଯାଇଛି । ଜଣେ ଆଇଆଇସିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ମଧ୍ୟପ୍ରଦେଶ ଯାଇଥିଲା । ଗତ କିଛିଦିନ ତଳେ ପତିତପାବନ ପୃଷ୍ଟି ଏକ ମିଛ ଅପହରଣ ଯୋଜନା ରଚିଥିଲେ । ସେହି ମିଛରେ ସେ ନିଜେ ଫଶିଗଲେ ।

ପ୍ରେମ ପାଇଁ ରଚିଥିଲା ଅପହରଣର ନାଟକ । କିଡନାପ୍ କରାଯାଇଥିବା ନେଇ ପତ୍ନୀଙ୍କୁ ଅଡିଓ ମେସେଜ୍ ପଠାଇଥିଲା । ଅଡିଓ ମେସେଜରୁ ତାଙ୍କୁ ଅପହରଣ କରାଯାଇନଥିବା ପୋଲିସ ସନ୍ଦେହ କରିଥିଲା । ସେ ମଧ୍ୟପ୍ରଦେଶ ପଳାଇଥିବା ସନ୍ଦେହ କରି ମଧ୍ୟପ୍ରଦେଶ ଆରପିଏଫ୍ ସହ ଯୋଗାଯୋଗ କରିଥିଲା । ମଧ୍ୟପ୍ରଦେଶ ଆରପିଏଫ୍ ସହାୟତାରେ ପତିତପାବନ ଓ ତାଙ୍କ ସହ ଥିବା ଯୁବତୀକୁ ଅଟକ ରଖାଯାଯାଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ