Masthead

ପଞ୍ଜଶୀରରୁ ସମଗ୍ର ଦେଶର ଶାସନ ନିୟନ୍ତ୍ରଣ କରିବା ଆମର ଲକ୍ଷ୍ୟ: ଅହମ୍ମଦ ମସୋଦ

(ବଡ଼ ଖବର ବ୍ୟୁରୋ): ବଢିଚାଲିଛି ତାଲିବାନର କ୍ରୁରତା । ଭୟରେ ଆଫଗାନ । ଆଫଗାନ ଅଧିକାର କରିବା ପରେ ତାଲିବାନ ତାର ମନମୁଖୀ ଶାସନ ଚାଳାଇଛି । କେଉଁଠି ଲୋକମାନଙ୍କୁ ଅତି ନିଷ୍ଠୁରତାର ସହ ମାରୁଛନ୍ତି ତ ଆଉ କେଉଁଠି ଆଖିମୁଜା ଗୁଳି ଚାଳନା କରୁଛନ୍ତି । କିନ୍ତୁ ଏବେ ସମାନ୍ତରାଳ ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଛି ପଞ୍ଜଶୀରର ବିଦ୍ରୋହୀ ବାହିନୀ । ଏବେବି ଜାରି ରହିଛି ତାଲିବାନ-ପଞ୍ଜଶୀର ମଧ୍ୟରେ ଲଢେଇ ।

ତାଲିବାନ ପଂଜଶୀରରେ ବିଜୟ ହାସଲ କରିଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି । ସେଠାରେ ଏବେ ବି ୫୦ରୁ ଅଧିକ ସ୍ଥାନରେ ଲଢ଼େଇ ଜାରି ରହିଛି। ପଂଜଶୀର ବିଦ୍ରୋହୀ ବାହିନୀ ପକ୍ଷରୁ ଆଜି ଘୋଷଣା ‌କରାଯାଇଛି ଯେ ଆଫଗାନିସ୍ତାନରେ ସମାନ୍ତରାଳ ସରକାର ଘୋଷଣା କରିବା ଏବଂ ପଂଜଶୀରରୁ ସମଗ୍ର ଦେଶର ଶାସନ ନିୟନ୍ତ୍ରଣ କରିବା ଆମର ଲକ୍ଷ୍ୟ ହେବ।

ବିଦ୍ରୋହୀ ବାହିନୀ ନେତା ଅହମ୍ମଦ ମସୋଦ କହିଛନ୍ତି, ସମାନ୍ତରାଳ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ଏବଂ ଅନ୍ୟ ପ୍ରଦେଶର ନେତାମାନଙ୍କ ସହ ଆଲୋଚନା ଆରମ୍ଭ ହୋଇଛି । ପଂଜଶୀର ବିଦ୍ରୋହୀ ବାଦହିନୀ ତାଲିବାନ କାମଚଳା ସରକାରକୁ ଅବୈଧ ବୋଲି କହିଛି। ଏହି ସରକାର ଲୋକଙ୍କ ଭୋଟ୍‌ ଆଧାରରେ ଗଠନ ହେବ ଏବଂ ଅନ୍ତର୍ଜାତୀୟ ସମୁଦାୟ ପାଇଁ ମଧ୍ୟ ଗ୍ରହଣୀୟ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ