Masthead

ଫୁଲୁଛି ମହାନଦୀ

କଟକ (ବଡ଼ ଖବର ବ୍ୟୁରୋ): ଓଡ଼ିିଶାରୁ ଲଘୁଚାପ ହଟିଥିଲେ ମଧ୍ୟ ରାଜ୍ୟରେ ବନ୍ୟା ଆଶଙ୍କା ଦେଖାଦେଇଛି । ହୀରାକୁଦରେ ଊପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି । ଏହାକୁ ଆଖିରେ ରଖି ସମୁଦାୟ ୨୪ଟି ଗେଟ ଖୋଲାଯାଇଛି । ଏଥିଯୋଗୁଁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିପାରେ । ହୀରାକୁଦ ଜଳଭଣ୍ଡାରର ଜଳଧାରଣା କ୍ଷମତା ୬୩୦ ଫୁଟ ରହିଥିବାବେଳେ ଏହା ୬୨୮.୩୩ ଫୁଟରେ ପହଞ୍ଚିଛି ।

ଗେଟ ଦେଇ ୩ ଲକ୍ଷ ୯୧ ହଜାର ୫୧୨ କ୍ୟୁସେକ , ପାୱାର ଚାନେଲ ଦେଇ ୨୬ ହଜାର ୭୦, ଶିଲ୍ପକୁ ୨୮୨ କ୍ୟୁସେକ, ଚାଷ ଜମି ପାଇଁ ୩ ହଜାର ୪୨୧ ଏପରି ମୋଟ ୪ ଲକ୍ଷ ୨୧ ହଜାର ୨୮୫ କ୍ୟୁସେକ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ମୁଣ୍ଡୁଳି ଉପର ଭାଗର ଜଳସ୍ତର ୮୮.୯୦ ମିଟର ଓ ନିମ୍ନ ଭାଗର ଜଳସ୍ତର ରହିଛି ୮୭.୦୦ମିଟର। ପ୍ରତିସେକେଣ୍ଡକୁ ମୁଣ୍ଡୁଳିରୁ ୫ଲକ୍ଷ ୯୬ହଜାର ୯୫୦ କ୍ୟୁସେକ ଜଳ ପ୍ରବାହିତ ହେଉଛି।

ସେହିପରି ନରାଜରେ ଉପର ମୁଣ୍ଡ ରେ ୨୫.୨୦ ଓ ତଳ ମୁଣ୍ଡରେ ୨୨.୭୦ମିଟର ଜଳସ୍ତର ରହିଛି। ପ୍ରତି ଘଣ୍ଟାକୁ ୨ଲକ୍ଷ ୯୫, ୬୭୬ କ୍ୟୁସେକ ଜଳ ପ୍ରବାହିତ ହେଉଛି। ତେବେ ଯଦି ଉପର ମୁଣ୍ଡରେ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଲାଗିରହେ ମହାନଦୀରେ ଜଳସ୍ତର ବଢିବ ଏବଂ ମଧ୍ୟମ ଧରଣର ବନ୍ୟା ଆସିପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା