Masthead

ଫୁଲୁଛି ମହାନଦୀ

କଟକ (ବଡ଼ ଖବର ବ୍ୟୁରୋ): ଓଡ଼ିିଶାରୁ ଲଘୁଚାପ ହଟିଥିଲେ ମଧ୍ୟ ରାଜ୍ୟରେ ବନ୍ୟା ଆଶଙ୍କା ଦେଖାଦେଇଛି । ହୀରାକୁଦରେ ଊପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି । ଏହାକୁ ଆଖିରେ ରଖି ସମୁଦାୟ ୨୪ଟି ଗେଟ ଖୋଲାଯାଇଛି । ଏଥିଯୋଗୁଁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିପାରେ । ହୀରାକୁଦ ଜଳଭଣ୍ଡାରର ଜଳଧାରଣା କ୍ଷମତା ୬୩୦ ଫୁଟ ରହିଥିବାବେଳେ ଏହା ୬୨୮.୩୩ ଫୁଟରେ ପହଞ୍ଚିଛି ।

ଗେଟ ଦେଇ ୩ ଲକ୍ଷ ୯୧ ହଜାର ୫୧୨ କ୍ୟୁସେକ , ପାୱାର ଚାନେଲ ଦେଇ ୨୬ ହଜାର ୭୦, ଶିଲ୍ପକୁ ୨୮୨ କ୍ୟୁସେକ, ଚାଷ ଜମି ପାଇଁ ୩ ହଜାର ୪୨୧ ଏପରି ମୋଟ ୪ ଲକ୍ଷ ୨୧ ହଜାର ୨୮୫ କ୍ୟୁସେକ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ମୁଣ୍ଡୁଳି ଉପର ଭାଗର ଜଳସ୍ତର ୮୮.୯୦ ମିଟର ଓ ନିମ୍ନ ଭାଗର ଜଳସ୍ତର ରହିଛି ୮୭.୦୦ମିଟର। ପ୍ରତିସେକେଣ୍ଡକୁ ମୁଣ୍ଡୁଳିରୁ ୫ଲକ୍ଷ ୯୬ହଜାର ୯୫୦ କ୍ୟୁସେକ ଜଳ ପ୍ରବାହିତ ହେଉଛି।

ସେହିପରି ନରାଜରେ ଉପର ମୁଣ୍ଡ ରେ ୨୫.୨୦ ଓ ତଳ ମୁଣ୍ଡରେ ୨୨.୭୦ମିଟର ଜଳସ୍ତର ରହିଛି। ପ୍ରତି ଘଣ୍ଟାକୁ ୨ଲକ୍ଷ ୯୫, ୬୭୬ କ୍ୟୁସେକ ଜଳ ପ୍ରବାହିତ ହେଉଛି। ତେବେ ଯଦି ଉପର ମୁଣ୍ଡରେ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଲାଗିରହେ ମହାନଦୀରେ ଜଳସ୍ତର ବଢିବ ଏବଂ ମଧ୍ୟମ ଧରଣର ବନ୍ୟା ଆସିପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼