Masthead

ଗୁଜରାଟର ମନ୍ତ୍ରୀମାନେ କିଏ ୧୦ମ ପାସ ତ ଆଉ କିଏ ଚତୁର୍ଥ ପାସ !

ଗୁଜରାଟ(ବଡ଼ ଖବର ବ୍ୟୁରୋ): ଗୁଜରାଟର ମନ୍ତ୍ରୀମାନେ କିଏ ୧୦ମ ପାସ ତ ଆଉ କିଏ ଚତୁର୍ଥ ପାସ । ୬୦ ପ୍ରତିଶତ ମନ୍ତ୍ରୀମାନେ କେବେ କଲେଜ ଦ୍ୱାର ମଧ୍ୟ ମାଡ଼ିନାହାଁନ୍ତି । ଭୂପେନ୍ଦ୍ରଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ଏପରି କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଗୁଜରାଟରେ କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତନ କରାଯାଇଥିଲା । ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଭୁପେନ୍ଦ୍ର ପଟେଲଙ୍କୁ ବଛା ଯାଇଥିଲା । ତାଙ୍କ ସହ ନୂଆ ମନ୍ତ୍ରୀମଣ୍ଡଳ ମଧ୍ୟ ଗଠନ କରାଯାଇଥିଲା । ତେବେ ନୂତନ ମନ୍ତ୍ରୀମଣ୍ଡଳର ନେତାମାନଙ୍କର ଶିକ୍ଷାଗତା ଯୋଗ୍ୟତା କାହାର ୧୦ ଶ୍ରେଣୀ ଥିବାବେଳେ ଆଉ କାହାର ୪ର୍ଥ ରହିଛି ।

କେବଳ ଏତିକି ନୁହେଁ ବରଂ ସେମାନଙ୍କର ଯଦି ଆୟ, ଶିକ୍ଷା ଏବଂ ତାଙ୍କ ଉପରେ ଚାଲୁଥିବା ବିବାଦ ଉପରେ ଦୃଷ୍ଟି ପକାଇବା, ତାହାଲେ ବିଭିନ୍ନ ନୂଆ ତଥ୍ୟ ସାମ୍ନାକୁ ଆସୁଥିବାର ଦେଖିବାକୁ ମିଳିଛି । ନୂତନ ମନ୍ତ୍ରୀମାନଙ୍କ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ ଲୋକ ୩୦ ବର୍ଷରୁ ୫୦ ବର୍ଷ ମଧ୍ୟରେ ଅଛନ୍ତି । ଏହା ଛଡ଼ା ସବୁଠାରୁ ରୋଚକ କଥାଟି ହେଉଛି ଭୂପେନ୍ଦ୍ର ପଟେଲଙ୍କ ସରକାରରେ ୧୫ ଜଣ ମନ୍ତ୍ରୀ ଏମିତି ଅଛନ୍ତି, ଯେଉଁମାନେ ଗ୍ରାଜୁଏଟ ନୁହଁନ୍ତି । ସେହିପରି ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ ୬୦ ପ୍ରତିଶତ ମନ୍ତ୍ରୀମାନେ କେବେ କଲେଜ ଦ୍ୱାର ମଧ୍ୟ ମାଡ଼ିନାହାଁନ୍ତି । ସେହିପରି ୧୧ ଜଣ କେବଳ ଅଷ୍ଟମ ଓ ଦ୍ୱାଦସ ମଧ୍ୟରେ ନିଜର ପାଠପଢାକୁ ସୀମିତ ରଖିଛନ୍ତି । ନୂତନ ଭାବେ ମନ୍ତ୍ରୀ ହୋଇଥିବା କିରିଟ ସିଂହ ରାଣା, ନରେଶ ପଟେଲ ଏବଂ ପ୍ରଦୀପ ପରମାର କେବଳ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି ।

ଅନ୍ୟପଟେ ଯଦି ଆମେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ତାହାଲେ ସେ ସିଭିଲ ଇଞ୍ଜୀନିୟରିଂ ପାଠ ପଢିଛନ୍ତି । ଏକଥା ସାମ୍ନାକୁ ଆସିବା ପରେ ସାରା ଦେଶରେ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ହେଲେ ରାଜନୈତିକ କ୍ଷେତ୍ରରେ ଯୋଗ୍ୟତା ବଦଳରେ ଲୋକଙ୍କ ପାଇଁ କ’ଣ କାମ କରାଯାଉଛି, ତା’ ଉପରେ ଦୃଷ୍ଟି ପକାଇବା ଆବଶ୍ୟକ ବୋଲି ରାଜନୈତିକ ବିଶେଷଜ୍ଞ ଅଜୟ ନାୟକ କହିଛନ୍ତି । ଭୂପେନ୍ଦ୍ର ପଟେଲଙ୍କ ମନ୍ତ୍ରୀମାନଙ୍କର ଶିକ୍ଷାଗତ ଯୋଗ୍ୟତାକୁ ଦେଖିବା ପୂର୍ବରୁ ଗୁଜରାଟର ଅନ୍ୟନେତାଙ୍କ ଯୋଗ୍ୟତାକୁ ଦେଖିବା ଦରକାର । ତେବେ ପୂର୍ବ ମୁଖ୍ୟମନ୍ତ୍ରୀ ଶଙ୍କର ବାଘେଲା, ଦିଲିପ ପାରିଖ, ଚିମନଭାଇ ପଟେଲ, ଛତିଲଦାସ ମେହତା କିମ୍ବା ଅମରସିଂହ ଚୌଧୁରୀଙ୍କ ମନ୍ତ୍ରୀମଣ୍ଡଳକୁ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ । କାହିିଁକିନା ଏହି ମନ୍ତ୍ରୀମାନେ ଯୋଗ୍ୟତା ଅପେକ୍ଷା ସରକାରୀ କର୍ମଚାରୀଙ୍କୁ କାମ କରିବାର କ୍ଷମତାକୁ ହିଁ ଅସଲ ଯୋଗ୍ୟତା ବୋଲି ପ୍ରମାଣିତ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ