Masthead

ଗୁଜରାଟର ମନ୍ତ୍ରୀମାନେ କିଏ ୧୦ମ ପାସ ତ ଆଉ କିଏ ଚତୁର୍ଥ ପାସ !

ଗୁଜରାଟ(ବଡ଼ ଖବର ବ୍ୟୁରୋ): ଗୁଜରାଟର ମନ୍ତ୍ରୀମାନେ କିଏ ୧୦ମ ପାସ ତ ଆଉ କିଏ ଚତୁର୍ଥ ପାସ । ୬୦ ପ୍ରତିଶତ ମନ୍ତ୍ରୀମାନେ କେବେ କଲେଜ ଦ୍ୱାର ମଧ୍ୟ ମାଡ଼ିନାହାଁନ୍ତି । ଭୂପେନ୍ଦ୍ରଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ଏପରି କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଗୁଜରାଟରେ କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତନ କରାଯାଇଥିଲା । ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଭୁପେନ୍ଦ୍ର ପଟେଲଙ୍କୁ ବଛା ଯାଇଥିଲା । ତାଙ୍କ ସହ ନୂଆ ମନ୍ତ୍ରୀମଣ୍ଡଳ ମଧ୍ୟ ଗଠନ କରାଯାଇଥିଲା । ତେବେ ନୂତନ ମନ୍ତ୍ରୀମଣ୍ଡଳର ନେତାମାନଙ୍କର ଶିକ୍ଷାଗତା ଯୋଗ୍ୟତା କାହାର ୧୦ ଶ୍ରେଣୀ ଥିବାବେଳେ ଆଉ କାହାର ୪ର୍ଥ ରହିଛି ।

କେବଳ ଏତିକି ନୁହେଁ ବରଂ ସେମାନଙ୍କର ଯଦି ଆୟ, ଶିକ୍ଷା ଏବଂ ତାଙ୍କ ଉପରେ ଚାଲୁଥିବା ବିବାଦ ଉପରେ ଦୃଷ୍ଟି ପକାଇବା, ତାହାଲେ ବିଭିନ୍ନ ନୂଆ ତଥ୍ୟ ସାମ୍ନାକୁ ଆସୁଥିବାର ଦେଖିବାକୁ ମିଳିଛି । ନୂତନ ମନ୍ତ୍ରୀମାନଙ୍କ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ ଲୋକ ୩୦ ବର୍ଷରୁ ୫୦ ବର୍ଷ ମଧ୍ୟରେ ଅଛନ୍ତି । ଏହା ଛଡ଼ା ସବୁଠାରୁ ରୋଚକ କଥାଟି ହେଉଛି ଭୂପେନ୍ଦ୍ର ପଟେଲଙ୍କ ସରକାରରେ ୧୫ ଜଣ ମନ୍ତ୍ରୀ ଏମିତି ଅଛନ୍ତି, ଯେଉଁମାନେ ଗ୍ରାଜୁଏଟ ନୁହଁନ୍ତି । ସେହିପରି ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ ୬୦ ପ୍ରତିଶତ ମନ୍ତ୍ରୀମାନେ କେବେ କଲେଜ ଦ୍ୱାର ମଧ୍ୟ ମାଡ଼ିନାହାଁନ୍ତି । ସେହିପରି ୧୧ ଜଣ କେବଳ ଅଷ୍ଟମ ଓ ଦ୍ୱାଦସ ମଧ୍ୟରେ ନିଜର ପାଠପଢାକୁ ସୀମିତ ରଖିଛନ୍ତି । ନୂତନ ଭାବେ ମନ୍ତ୍ରୀ ହୋଇଥିବା କିରିଟ ସିଂହ ରାଣା, ନରେଶ ପଟେଲ ଏବଂ ପ୍ରଦୀପ ପରମାର କେବଳ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି ।

ଅନ୍ୟପଟେ ଯଦି ଆମେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ତାହାଲେ ସେ ସିଭିଲ ଇଞ୍ଜୀନିୟରିଂ ପାଠ ପଢିଛନ୍ତି । ଏକଥା ସାମ୍ନାକୁ ଆସିବା ପରେ ସାରା ଦେଶରେ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ହେଲେ ରାଜନୈତିକ କ୍ଷେତ୍ରରେ ଯୋଗ୍ୟତା ବଦଳରେ ଲୋକଙ୍କ ପାଇଁ କ’ଣ କାମ କରାଯାଉଛି, ତା’ ଉପରେ ଦୃଷ୍ଟି ପକାଇବା ଆବଶ୍ୟକ ବୋଲି ରାଜନୈତିକ ବିଶେଷଜ୍ଞ ଅଜୟ ନାୟକ କହିଛନ୍ତି । ଭୂପେନ୍ଦ୍ର ପଟେଲଙ୍କ ମନ୍ତ୍ରୀମାନଙ୍କର ଶିକ୍ଷାଗତ ଯୋଗ୍ୟତାକୁ ଦେଖିବା ପୂର୍ବରୁ ଗୁଜରାଟର ଅନ୍ୟନେତାଙ୍କ ଯୋଗ୍ୟତାକୁ ଦେଖିବା ଦରକାର । ତେବେ ପୂର୍ବ ମୁଖ୍ୟମନ୍ତ୍ରୀ ଶଙ୍କର ବାଘେଲା, ଦିଲିପ ପାରିଖ, ଚିମନଭାଇ ପଟେଲ, ଛତିଲଦାସ ମେହତା କିମ୍ବା ଅମରସିଂହ ଚୌଧୁରୀଙ୍କ ମନ୍ତ୍ରୀମଣ୍ଡଳକୁ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ । କାହିିଁକିନା ଏହି ମନ୍ତ୍ରୀମାନେ ଯୋଗ୍ୟତା ଅପେକ୍ଷା ସରକାରୀ କର୍ମଚାରୀଙ୍କୁ କାମ କରିବାର କ୍ଷମତାକୁ ହିଁ ଅସଲ ଯୋଗ୍ୟତା ବୋଲି ପ୍ରମାଣିତ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ