Masthead

କେଉଁଠି ଫେରାଇବେ ଚିରା ନୋଟ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସାଧାରଣତଃ ନୋଟ ଚିରିବାକୁ ନେଇ ସମସ୍ତଙ୍କ ମନରେ ଏକ ଡର ଥାଏ । ଚିରାଫଟା ନୋଟକୁ ଫେରାଇ ଦିଅନ୍ତି ସମସ୍ତେ । ଦୋକାନରେ ଦେଲେ ଦୋକାନୀ ବି ଏହାକୁ ନେବାକୁ ମନା କରିଦିଏ । ସେଲୋଟେପ ଲଗା ନୋଟକୁ କାହିିଁକି ବି କିଏ ନେବାକୁ ପସନ୍ଦ କରିବେ । ତେବେ ବର୍ତ୍ତମାନ ଏପରି ନୋଟକୁ ନେଇ ଆରବିଆଇ ଜାରି କରିଛି ନୂଆ ନିୟମ । ଯାହାଦ୍ୱାରା ଆପଣ ଏପରି ନୋଟକୁ ବଦଳାଇ ଦେଇପାରିବେ ।

ଆରବିଆଇର ୨୦୧୭ ଏକ୍ସଚେଞ୍ଜ କରେନ୍ସି ନୋଟ ନିୟମ ଅନୁଯାୟୀ, ଯଦି ଆପଣଙ୍କୁ ଏଟିଏମରୁ ଚିରାଫଟା ନୋଟ ମିଳିଥାଏ ତେବେ ତାକୁ ଆପଣ ବଦଳାଇ ପାରିବେ । ଏହାସହ ଏଭଳି ଚିରାଫଟା ନୋଟକୁ ବ୍ୟାଙ୍କମାନେ ମଧ୍ୟ ନେଇପାରିବେ । କୌଣସି ବ୍ୟାଙ୍କ ଏହାକୁ ନେବାକୁ ମନାକରିପାରିବେ ନାହିଁ । ଯଦି ଆପଣଙ୍କ ନୋଟ ଚିରି ଯାଇଛି ତେବେ ଆପଣ ଏହାକୁ ବ୍ୟାଙ୍କରେ ବଦଳାଇପାରିବେ । ଆଉ ଯଦି ଚିରିକି ଏହାର କିଛି ଅଂଶ ହଜିଯାଇଥିବା ତେବେ ବି ଏହାକୁ ଆପଣ ଏକ୍ସଚେଞ୍ଜ କରିପାରିବେ ।

ସେହିପରି ଯଦି ଗୋଟେ ନୋଟର ପୂରା ଅଂଶ ଫାଟି ଯାଇଥିବ, କିମ୍ବା ପୋଡିଯାଇଥିବ ତେବେ ଏଭଳି ନୋଟକୁ ଆରବିଆଇ ଇସ୍ୟୁ ଅଫିସରେ ବଦଳାଇ ପାରିବେ । ଆପଣଙ୍କ ନୋଟର ସ୍ଥିତି ଏହା ସ୍ଥିର କରିଥାଏ କି ଆପଣଙ୍କୁ ପୂରା ଟଙ୍କା ମିଳିବ ନା ନାହିଁ । ଅଳ୍ପ ଅଳ୍ପ ଚିରାଫଟା ନୋଟରେ ଆପଣଙ୍କୁ ମିଳିବ ପୂରା ଟଙ୍କା । ଯଦି ଆପଣଙ୍କ ନୋଟର ଅଧିକ ଅଂଶ ଚିରି ଯାଇଛି ତେବେ ଏହାର କିଛି ପ୍ରତିଶତ ଟଙ୍କା ଆପଣଙ୍କୁ ମିଳିଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୂତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୂତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼