Masthead

ଧାନଫସଲରେ ପୋକ ,ଚିନ୍ତାରେ ଚାଷୀ

କର୍ଲାମୁଣ୍ଡା(ବଡ଼ ଖବର ବ୍ୟୁରୋ) : ବର୍ତ୍ତମାନ ଧନଗଛ ଗର୍ଭଣୀ ହେବାର ସମୟ । ମାତ୍ର ବିଭିନ୍ନ କିସମର ରୋଗପୋକ ପ୍ରାଦୁର୍ଭାବ ବଢି଼ ଚାଲିଛି । ମାଟିଆଗୁଣ୍ଡି, ଚକଡ଼ାପୋକ, ଗଣ୍ଠିପୋକ ଧାନଗଛଗୁଡ଼ିକୁ ନଷ୍ଟ କରିଦେବାର ଆଶଙ୍କା ରହିଛି । ଏ ପ୍ରତିକାର ପାଇଁ ଔଷଧ ସିଞ୍ଚନ କଲେ ମଧ୍ୟ କାମ ଦେଉନାହିଁ । ହଜାରେ ଏକର ସ୍ଵର୍ଣ୍ଣ, ଯମୁନା ଆଦି ଧାନଗଛରୁ କେଣ୍ଡା ବାହାରୁଛି । ବଡ଼ଧାନରୁ ମଧ୍ୟ ଖୁବ୍ କମଦିନ ମଧ୍ୟରେ କେଣ୍ଡା ବାହାରିବ । ଏପରିସ୍ଥଳେ ରୋଗପୋକ ବୃଦ୍ଧି ହେଲେ ଧାନ ଅମଳ ପ୍ରଭାବିତ ହେବ ବୋଲି ଚାଷୀମାନେ କହୁଛନ୍ତି ।
କର୍ଲାମୁଣ୍ଡା ବ୍ଲକରେ ଦୁଇଟି ସହକାରୀ କୃଷି ଅଧିକାରୀ ପଦବୀ ଥିବାବେଳେ କର୍ଲାମୁଣ୍ଡା ଓ ରିଷିଡ଼ା ପାଇଁ ପଦବୀ ସୃଷ୍ଟି ହୋଇଛି । ତେବେ ପୂର୍ବରୁ ରିଷିଡ଼ା ପାଇଁ ନିଯୁକ୍ତ ସହକାରୀ କୃଷି ଅଧିକାରୀ କର୍ଲାମୁଣ୍ଡାରେ ହିଁ ରହିଆସୁଛନ୍ତି । ଏନେଇ ଚାଷୀମାନେ ବାରମ୍ବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମଧ୍ୟ କିଛି ପଦକ୍ଷେପ ନିଆଯାଉନାହିଁ । ଫଳରେ ସ୍ଥାନୀୟ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁ୍ଖୀନ ହେଉଛନ୍ତି । ପୁଣି କର୍ଲାମୁଣ୍ଡା ସହକାରୀ କୃଷି ଅଧିକାରୀ ପଦବୀ ଖାଲିଥିବା ବେଳେ ରିଷିଡ଼ା ସହକାରୀ କୃଷି ଅଧିକାରୀ ସେଠାରେ ରହି ଅଫିସ ଦାୟିତ୍ଵ ବୁଝୁଛନ୍ତି । ତେଣୁ ରିଷିଡ଼ାରେ ସହକାରୀ କୃଷି ଅଧିକାରୀ ପଦବୀ ପୂରଣ ପାଇଁ ଦାବି ହେଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ