Masthead

ଭିସୁଟ ରାଗିଂ ଘଟଣା, ୧୨ ଛାତ୍ର ବହିଷ୍କାର

ସମ୍ୱଲପୁର (ବଡ଼ ଖବର ବ୍ୟୁରୋ): ବାରମ୍ବାର ରାଗିଂ ଫଳରେ ସୃଷ୍ଟି ହେଉଛି ଛାତ୍ର ଅସନ୍ତୋଷ । ଅଭିଭାବକ ମହଲରେ ମଧ୍ୟ ଅସନ୍ତୋଷ ଦେଖାଯାଉଥିବା ନୂଆକଥା ନୁହେଁ । ନିୟମ କଠୋର ହେଲେ ବି ରାଗିଂ ଥମିବା ନା ନେଉନାହିଁ । ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ରାଗିଂ ବଢୁଛି ପଛେ କମିବା ନା ନେଉ ନାହିଁ । ତେବେ ବୁର୍ଲା ଭିସୁଟ ରାଗିଂ ଘଟଣାରେ ଇଞ୍ଜିନିୟରିଂ ଛାତ୍ରଙ୍କୁ ହୋଇଛି କଠୋର କାର୍ଯ୍ୟାନୁଷ୍ଠାନ । ୧୨ ଜଣ ଛାତ୍ରଙ୍କୁ କରାଯାଇଛି ବହିଷ୍କାର ।

ସେମାନଙ୍କ ମଧ୍ୟରୁ ୨ ଜଣ ଛାତ୍ରଙ୍କୁ ୨ ବର୍ଷ ଓ ଅନ୍ୟ ୧୦ ଜଣଙ୍କୁ ବର୍ଷେ ପାଇଁ ବହିଷ୍କାର କରାଯାଇଛି । ବିଶ୍ୱବିଦ୍ୟାଳୟ ଶୃଙ୍ଖଳା କମିଟି ଏହି ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ନେଇଛି ।ଗତ ୨୨ ତାରିଖ ରାତିରେ ଭିସୁଟର ପୁଲହ ହଷ୍ଟେଲର ଜଣେ ତୃତୀୟ ବର୍ଷର ଇଂଜିନିୟରିଂ ଛାତ୍ରଙ୍କୁ ମାଡ ମରାଯାଇଥିଲା । ଅଭିଯୋଗ ପରେ ବସିଥିଲା ଶୃଙ୍ଖଳା କମିଟିର ବୈଠକ । ଏଥିରେ କୁଳପତି, ରେଜିଷ୍ଟ୍ରାରଙ୍କ ସହ ୩୧ ଜଣ ପ୍ରଫେସରଙ୍କ ସମେତ ପୀଡିତ ଛାତ୍ର ଓ ରାଗିଂ କରିଥିବା ଛାତ୍ର ଉପସ୍ଥିତ ଥିଲେ ।

ବୈଠକରେ ଉଭୟ ପକ୍ଷ ଛାତ୍ରଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା ହୋଇଥିଲା । ରାଗିଂ କରିଥିବା ଛାତ୍ରମାନେ ମାଡ ମାରିଥିବା ଅଭିଯୋଗକୁ ସ୍ୱୀକାର କରିଥିଲେ । ଶୃଙ୍ଖଳା କମିଟି ଦେଇଥିବା ରିପୋର୍ଟରେ ବ୍ୟକ୍ତିଗତ ଆକ୍ରୋଶ ଓ ପୂର୍ବ ଶତ୍ରୁତାକୁ ନେଇ ଛାତ୍ରଙ୍କୁ ମାଡ ମରାଯାଇଥିବା ଉଲ୍ଲେଖ ରହିଛି ।

ଏହି ରିପୋର୍ଟ ଆଧାରରେ ୧୨ ଛାତ୍ରଙ୍କ ବିରୋଧରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ବହିଷ୍କାର ଅବଧି ଶେଷ ପରେ ଏହି ଛାତ୍ରମାନେ ପୁନଃ ବିଶ୍ୱବିଦ୍ୟାଳୟରେ ଯୋଗଦାନ ପୂର୍ବରୁ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ପ୍ରତିଶ୍ରୁତି ଦେବେ ଯେ ସେମାନେ ଭବିଷ୍ୟତରେ ଏଭଳି କାର୍ଯ୍ୟରେ ଆଉ ସମ୍ପୃକ୍ତ ରହିବେ ନାହିଁ । ଏହାର ଉଲ୍ଲଂଘନ ହେଲେ ସେମାନଙ୍କୁ ସବୁଦିନ ପାଇଁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଯିବ ବୋଲି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ 🔴 ଦିଲ୍ଲୀ ବିସ୍ଫୋରଣ, ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା 🔴 ଭୋଟ ଦେଉଛି ନୂଆପଡ଼ା 🔴 ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଗୁଜବ 🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ 🔴 ଦିଲ୍ଲୀ ବିସ୍ଫୋରଣ, ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା 🔴 ଭୋଟ ଦେଉଛି ନୂଆପଡ଼ା 🔴 ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଗୁଜବ