Masthead

ପିପିଲି ପ୍ରାର୍ଥୀଙ୍କ ଭାଗ୍ୟ ସିଲ

ପୁରୀ (ବଡ଼ ଖବର ବ୍ୟୁରୋ): ଇଭିଏମରେ ସିଲ ହୋଇଛି ୧୦ ପ୍ରାର୍ଥୀଙ୍କ ଭାଗ୍ୟ । ମେସିନରେ ସୁଇଚ ଟିପି ୧୦ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ ଭୋଟର । ଆସନ୍ତା ୩ ରେ ଜଣାପଡିବ ଫଳାଫଳା । କିଏ ଧରିବ ପିପିଲି-ଡ଼େଲାଙ୍ଗର ମଙ୍ଗ । ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି ପିପିଲି ବିଧାନସଭା ଆସନ ପାଇଁ ଭୋଟ । ଗୁରୁବାର ରାତି ୭ଟା ଯାଏ ପିପିଲି ବ୍ଲକରେ ୮୦ ପ୍ରତିଶତ ଓ ଡ଼େଲାଙ୍ଗ ବ୍ଲକରେ ୭୬.୪୧ ପ୍ରତିଶତ ମତଦାନ ହୋଇଛି । ପିପିଲିରେ ୧୮୪ ଟି ବୁଥରେ ମତଦାନ ହୋଇଥିଲା । ମତଦାନ ଆରମ୍ଭ ହେବା ପୂର୍ବରୁ ମେସିନରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେଇଥିଲା ।

ଯାହା ଦ୍ୱରା ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା । ପୂର୍ବାହ୍ନ ୧୦ ଟା ପରେ ସ୍ୱଭାବିକ ଭାବେ ଭୋଟ ଚାଲିଥିଲା । କରୋନା ଗାଇଡ ଲାଇନକୁ ମାନି ପିପିଇ କିଟ ପିନ୍ଧି ଭୋଟରମାନେ ଭୋଟ ଦେଇଥିଲେ । ସେପଟେ ଏହି ଉପନିର୍ବାଚନରେ ୨ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟ ଦେଇଥିଲେ । ୩୪୮ ବୁଥରେ ମତଦାନ ହୋଇଥିଲା । କଡ଼ା ସୁରକ୍ଷା ଭିତରେ ଭୋଟ ବାକ୍ସ ପୁରୀ ପେଣ୍ଠକଟାରେ ଥିବା ୱୟାର ହାଉସରେ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା