Masthead

ହୋଷ୍ଟ୍ ଭାବରେ ନଜର ଆସିବେ ରଣବୀର

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବିଗ୍ ବି ଶାହାରୁଖ୍ ଓ ସଲମାନଙ୍କ ପରେ ଏବେ ହୋଷ୍ଟ୍ ସାଜିବେ ବଲିଉଡର ବାଜିରାଓ । ତାଙ୍କୁ ଏବେ ଦେଖିବାକୁ ମିଳିବ ଟିଭି ପରଦାରେ । ‘ଦ ବିଗ୍ ପିକ୍ଚର’ ଶୋ ଜରିଆରେ ଛୋଟ ପରଦାରେ ଏଣ୍ଟ୍ରି କରିବେ ଷ୍ଟାଇଲିସ୍ ଷ୍ଟାର ରଣବୀର ସିଂ । ଫିଲ୍ମରେ ନିଜ ଅଭିନୟ ମାଧ୍ୟ ମରେ ଦର୍ଶକଙ୍କୁ ପଗଳ କରିଥିବା ରଣବୀର ଏବେ ଛୋଟ ପରାଦାରେ ବି ଧମାଲ କରିବେ । ତେବେ ଏହି ପ୍ରୋଜେକ୍ଟକୁ ନେଇ ରଣବୀର କହିଛନ୍ତି ଯେ, ଜଣେ କଳାକାର ଭାବେ ଫ୍ୟାନ୍ସ ମତେ ଖୁବ୍ ଭଲ ପାଇବା ଦେଇଛନ୍ତି । ଏବେ ଜଣେ ହୋଷ୍ଟ ଭାବରେ ଦର୍ଶକଙ୍କୁ ଏଣ୍ଟରଟେନ୍ କରିବି ।

ତେବେ ଏହିତ କଥାର ଖୁଲାସା ରଣବୀର ବିଗ୍ ବସ୍ ସିଜିନ୍ -୧୫ର ମଞ୍ଚରେ କରିଛନ୍ତି । ବିଗ୍ ବସ୍ ର ନୂଆ ସିଜିନ୍ ଆଜି ଟେଲିକାଷ୍ଟ୍ ହେବ । କିନ୍ତୁ ତା ପୂର୍ବରୁ ସୋ ର କିଛି ପ୍ରମୋ ଘୂରି ବୁଲୁଛି ସୋସିଆଲ ମିଡିଆରେ । ଯେଉଁଥିରେ ରଣବୀର ଓ ବିଗ୍ ବସ୍ ହୋଷ୍ଟ ସଲମାନ ଖାନ୍ ନଜର ଆସିଛନ୍ତି । ତେବେ ଶୁଣିବାକୁ ମିଳିଛି ଯେ ରଣବୀର ନିଜ ଶୋ’ ‘ଦ ବିଗ୍ ପିକ୍ଚର’ କୁ ପ୍ରମୋଟ୍ କରିବାକୁ ବିଗ୍ ବସ୍ ଶୋ’ ରେ ପହଞ୍ଚିଛନ୍ତି । ଏବଂ ବିଗ୍ ବସ୍ ର ପ୍ରିମିୟର ଶୋ’ ରେ ରଣବୀର ଓ ସଲମାନ୍ ଖୁବ୍ ମସ୍ତି କରୁଥିବାର ମଧ୍ୟ ଦେଖିବାକୁ ମିଳିବ ।

ତେବେ କିଛିଦିନ ପୂର୍ବରୁ ରଣବୀର ଏହି ଶୋ’ ର ପ୍ରମୋ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଫିଲ୍ମି ଦୁନିଆରୁ ସିଧା ହୋଷ୍ଟ ଭାବେ ସେ ଟେଲିଭିଜନ୍ ଦୁନିଆରେ ଏଣ୍ଟ୍ରି କରି ଥିବାରୁ ତାଙ୍କ ଫ୍ୟାନ୍ସ ବି ବେଶ୍ ଖୁସି ହୋଇଛନ୍ତି । କାହିଁକିନା ଏବେ ସବୁବେଳେ ଟେଲିଭିଜନ୍ ପରଦାରେ ନଜର ଆସିବେ ରଣବୀର । ତେବେ ରଣବୀରଙ୍କ ଫିଲ୍ମ କଥା କହିବାକୁ ଜଲେ ଏବେ ତାଙ୍କ ଅପକମିଙ୍ଗ ଫିଲ୍ମ ‘୮୩’ ରିଲିଜ୍ ଅପେକ୍ଷାରେ ରହିଛି । ଯେଉଁଥିରେ ସେ କପିଲ୍ ଦେବ୍ ଙ୍କ କ୍ୟାରେକ୍ଟର ପ୍ଲେ କରିବେ । ଏହା ବ୍ୟତିତ ଫିଲ୍ମ ‘ସୁର୍ଯ୍ୟବଶୀଂ’, ‘ସର୍କସ୍’ , ‘ରକି ଔର ରାନୀ କି ପ୍ରେମ୍ କାହାନୀ’ ଭଳି କିଛି ଦମଦାର ମୁଭିରେ ବି ଖୁବ୍ଶୀଘ୍ର ନଜର ଆସିବେ ରଣବୀର…

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’