Masthead

କାଳିଆ ଟଙ୍କା ଖାଇଗଲେ ବ୍ୟାଙ୍କ କର୍ମଚାରୀ

ଟାଙ୍ଗୀ-ଚୌଦ୍ୱାର(ବଡ଼ ଖବର ବ୍ୟୁରୋ): କାଳିଆ ଯୋଜନା ପଇସା ଖାଇଗଲେ ବ୍ୟାଙ୍କ୍ କର୍ମଚାରୀ । ଆଜିକୁ ଠିକ୍ ୬ମାସ ତଳେ INDUSLAND BANK ଅଧିନସ୍ଥ BHARAT FINANCE RDSP DEPARTMENTରେ ଆରଡିରେ ଏକ ଲୋନ୍ ଆବେଦନ କରିଥଲେ ଦିବାକର । ଏଜେଣ୍ଡ ନିରଜନ ଦଳେଇଙ୍କ ମାଧ୍ୟମରେ ଏହି ଲୋନ ଟିର ପ୍ରୋଶେଷ ଚାଲିଥିଲା କିନ୍ତୁ କିଛି କାରଣ ପାଇଁ ଏଜେଣ୍ଡ ନିରଜନ ଦଳେଇ ଉକ୍ତ ବ୍ୟାଙ୍କରୁ ଅବ୍ୟାହତ ନେଇଥିଲେ. ଯାହା ଫଳରେ କି ଦିବାକରଙ୍କ ଲୋନ ଟି ହୋଇ ପାରିନଥିଲା । ପରେ ଦିବାକର ଏହି ଲୋନ ପାଇଁ ଦେଇଥିବା ୧୭୦୦ ଟଙ୍କା ବ୍ୟାଙ୍କରୁ ଫେରସ୍ତ ଚାହିଁଥିଲେ । ବ୍ୟାଙ୍କର କର୍ମଚାରି ଦୀପକ ସ୍ବାଇଁ ଦିବାକରଙ୍କୁ ଏକ ସ୍ଥାନକୁ ଡକାଇ ତାଙ୍କ ଫିଙ୍ଗର ପ୍ରିଣ୍ଟ ନେଇଥିଲେ ଏବଂ ଜମା କରିଥିବା RD ୧୭୦୦ ଟଙ୍କା ଫେରସ୍ତ ପାଇବେ ବୋଲି ଆଶ୍ୱାସନା ଦେଇଥିଲେ। କିଛି ଦିନ ଭିତରେ ୧୭୦୦ ଟଙ୍କା ପଳେଇ ଆସିଥିଲା ସତ୍ କିନ୍ତୁ ଦିବାକରଙ୍କ ନାମ ପୁର୍ବରୁ ଆସୁଥିବା କାଳିଆ ଯୋଜନା ପଇସାର ବାଟମାରଣା ହେଉଛି ବୋଲି ସେ ଜାଣି ପାଇବାକୁ ପାଇଥିଲେ । ଏହା ପରେ ଦିବାକର ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ବିଷୟରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ପଇସା ଆକାଉଣ୍ଟକୁ ଆସିଯାଇଛି । ପରେ ଦିବାକର ଏଯେଣ୍ଡ ନିରଜନ୍ ଦଳାଇଙ୍କ ସାହଯ୍ୟ ଲୋଡିଥିଲେ ।

ଏହି ବିଷୟରେ ନୀରଞ୍ଜନ ଜାଣିବା ପରେ ପୂର୍ବତନ ଟିମ୍ ଲିଡର ସ୍ମୃତି ରଂଜନ କାନୁନଗୋଙ୍କୁ ଜଣାଇ ଥିଲେ । ଯେହେତୁ ସ୍ମୃତି ରଞ୍ଜନ ବ୍ୟାଙ୍କର ନିୟମ ବିଷୟରେ ଅବଗତ ଥିଲେ ତାଙ୍କର ବ୍ୟାଙ୍କର ଷ୍ଟେଟମେଣ୍ଟ ଅନଲାଇନ୍ ମାଧ୍ୟମରେ ବାହାରକରି ଦେଖିବାକୁ ପାଇଥିଲେ ଯେ ଦିବାକରଙ୍କ କାଳିଆ ଯୋଜନା ପଇସାଟି ୦୧/୦୭/୨୧ ରେ ୨୫୦୦ ଟଙ୍କା ୦୧/୦୭/୨୧ ରେ ୫୦୦୦ ଟଙ୍କା ୩୧/୦୮/୨୧/ରେ ୫୦୦୦ ଟଙ୍କା ଓ ସ୍ପେସିଆଲ କୋଭିଡ ଆସିଷ୍ଟ ୧୦୦୦ଟଙ୍କା ସରକାରଙ୍କ ତରଫରୁ ଆସିଯାଇଥିଲା ଏବଂ ୨୮/୦୮/୨୧ରେ ୬୭୦୦ ଟଙ୍କା,୩୧/୦୮/୨୧ ୬୨୮୩ ଟଙ୍କା ଦିବାକର ଙ୍କ ଅଜାଣତ ରେ ତାଙ୍କ ଜଊ ର ୧୭୦୦ ଟଙ୍କା ପାଇବାର ର ପ୍ରଲୋଭନ ଦେଖାଇ ଫିଙ୍ଗର୍ ପ୍ରିଣ୍ଟ ଜରିଆ ରେ ଚଂଚକତା କରି ଦୀପକ ସ୍ବାଇଁ (ବର୍ତ୍ତମାନ ଟିମ୍ ଲିଡର) ଓ ଜଗନ୍ନାଥ୍ ପଣ୍ଡା(ଭାରତ ମନି ଅଫିସର୍)ଏହି ସବୁ ପଇସା ଉଠାଇ ନେଇଥିଲେ । ସ୍ମୃତି ରଂଜନ ଙ୍କ ଠୁ ଏହି ବିଷୟ ରେ ଦିବାକର ଶୁଣିବା ପରେ ମର୍ମାହତ ହୋଇ ପଡ଼ିଥିଲେ. ନିରଞ୍ଜନ ଓ ସ୍ମୃତି ଙ୍କ ସହାୟତା ରେ ଚୌଦ୍ୱାର ଥାନା ରେ ଏକ ଲିଖିତ ଆକାର ରେ ଅଭିଯୋଗ କରିଥିଲେ.ପରେ ଏହି ବିଷୟ ଚୌଦ୍ୱାର ଥାନା ତୁରନ୍ତ ତଦନ୍ତ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ