Masthead

ହସ୍ପିଟାଲରେ ଶିଶୁର ମୃତଦେହ ଧରି ବୁଲିଲା କୁକୁର

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ):  ହସ୍ପିଟାଲରେ କୁକୁର, ଆଉ କୁକୁର ମୁହଁରେ ଶିଶୁର ମୃତ ଦେହ । ଆଜି ଏଭଳି ଏକ ଦୃଶ୍ୟ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଦେଖିବାକୁ ମିଳିଛି । କୁକୁର ମେଡିକାଲ ପରିସର ଭିତରେ ଶିଶୁର ମୃତଦେହ ଧରି ବୁଲୁଥିଲା ।

ସୂଚନା ଅନୁଯାୟୀ ଆଜି ଏକ ବୁଲା କୁକୁର କଅଁଳା ଶିଶୁର ମୃତଦେହକୁ ଧରି ହସ୍ପିଟାଲ ପରିସରରେ ଘୂରି ବୁଲୁଥିଲା । ତେବେ ଏହି ଦୃଶ୍ୟ ଦେଖି ମେଡିକାଲ ଆସୁଥିବା ରୋଗୀ ପାଣ୍ଟିତୁଣ୍ଡ କରିବା ଆରମ୍ଭ କରିଥିଲେ । କୁକୁରକୁ ଘଉଡାଇବା ପାଇଁ ଅନେକ ଚେଷ୍ଟା ମଧ୍ୟ କରିଥିଲେ । ଶେଷରେ କୁକୁରଟି ହସପିଟାଲ ପରିସରରେ ଥିବା ଏଟିଏମ ବାହାରେ ଶିଶୁର ଖଣ୍ଡବିଖଣ୍ଡିତ ମୃତଦେହକୁ ପକାଇ ଦେଇ ଚାଲିଯାଇଥିଲା ।

କୁକୁର ଧରି ବୁଲୁଥିବା ମୃତ ଶିଶୁର ପରିଚୟ ଏ ଯାଏଁ ମିଳି ନାହିଁ । ଶିଶୁର ପରିବାର ଲୋକେ ଶିଶୁର ମୃତ ଦେହକୁ ସତ୍କାର ନ କରି ପରିତ୍ୟକ୍ତ ଅବସ୍ଥାରେ ଫିଙ୍ଗି ଦେଇ ଚାଲି ଯାଇଛନ୍ତି ବୋଲି ଅନୁମାନ କରାଯାଉଛି । ତେବେ କିଏ ଓ କାହିଁକି ଏଭଳି ଅବସ୍ଥାରେ ଶିଶୁର ମୃତ ଦେହକୁ ଫିଙ୍ଗି ଦେଇ ଚାଲି ଯାଇଛି ତାହା ଜଣା ପଡିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି