Masthead

କେତେ ସୁରକ୍ଷିତ ରତ୍ନଭଣ୍ଡାର

ପୁରୀ (ବଡ଼ ଖବର ବ୍ୟୁରୋ): କେତେ ସୁରକ୍ଷିତ ରତ୍ନଭଣ୍ଡାର । ପୂର୍ବରୁ ରତ୍ନ ଭଣ୍ଡାରକୁ ନେଇ ଅନେକ ବିବାଦ ଲାଗି ରହିଥିବା ବେଳେ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି । ରତ୍ନଭଣ୍ଡାରରେ ରତ୍ନ ସ୍ଥିତିକୁ ନେଇ ନେଇ ଉଠାଇଛି ପ୍ରଶ୍ନ । ଶ୍ରୀମନ୍ଦିର ସମ୍ମୁଖରେ ଦୀପ ଦାନ ସହ ଆରମ୍ଭ କରିଛି ଅଭିଯାନ । ଏବଂ ରତ୍ନଭଣ୍ଡାରକୁ ନେଇ ଜଷ୍ଟିସ ରଘୁବୀର ଦାସଙ୍କ ୩୨୪ ପୃଷ୍ଠା ସମ୍ବଳିତ ରିପୋର୍ଟକୁ ସାର୍ବଜନିନ କରିବାକୁ ଉଠାଇଛି ଦାବି ।

୨୦୧୮ ମାର୍ଚ୍ଚ ୨୨ ତାରିଖରେ ଉଚ୍ଚ ନ୍ୟାୟାଳୟ ର ଆଦେଶ ଓ ୨୭ ତାରିଖରେ ରାଜ୍ୟ ସରକାରଙ୍କ ଅନୁମତି ପରେ ୧୭ ଜଣିଆ ଟିମ ରତ୍ନଭଣ୍ଡାର ଯାଞ୍ଚ କରିବାକୁ ଯାଇଥିଲେ ।ହେଲେ ବାହାର ରତ୍ନ ଭଣ୍ଡାରରୁ ସ୍ଥିତି ପରଖି ଫେରି ଆସିବା ପରେ ଆରମ୍ଭ ହୋଇଥିଲା ବିବାଦ ।ପରେ ଚାବି ହଯିବା ଘଟଣା ମଧ୍ୟ ସାମ୍ନାକୁ ଆସିଲା ।

ବିଭିନ୍ନ ମହଲରେ ଆନ୍ଦୋଳନ ପରେ ଚାବି ମିଳିଥିବାର ସୂଚନା ଦିଆଗଲା ।ଅନ୍ୟପଟ ରେ ରତ୍ନ ଭଣ୍ଡାର ସ୍ଥିତି ଦୁର୍ବଳ ଅଛି । ଏନେଇ ଏଏସଆଇ ପକ୍ଷରୁ ଅବଗତ କରାଯାଇଥିଲେ ମଧ୍ୟ ପ୍ରସାସନ କିମ୍ବା ରାଜ୍ୟ ସରକାର ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇପାରିନାହିଁ । ରତ୍ନଭଣ୍ଡାରରୁ ରତ୍ନ ଚୋରି ହୋଇଛି ବୋଲି ବିଭିନ୍ନ ବର୍ଗରୁ ଅସନ୍ତୋଷ ଦେଖାଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି