ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି । ଆର୍ଯ୍ୟନ ଖାନଙ୍କୁ ନେଇ ମେହବୁବା ମୁଫତି ଦେଇଥିବା ମନ୍ତବ୍ୟ ଉପରେ ଏବେ ଆପତ୍ତି ଉଠାଇ ସମ୍ପୃକ୍ତ ଓକିଲ ଥାନାରେ ଅଭିଯୋଗ କରିଛନ୍ତି । ଏହାସହ ତାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାବି କରିଛନ୍ତି ।ମେହବୁବା ଆଜି ଶାହାରୁଖ ଖାନଙ୍କ ପୁଅ ସପକ୍ଷରେ ଏପରି କହି ଟ୍ୱିଟ କରିଥିଲେ ।
Instead of making an example out of a Union Minister’s son accused of killing four farmers, central agencies are after a 23 year old simply because his surname happens to be Khan.Travesty of justice that muslims are targeted to satiate the sadistic wishes of BJPs core vote bank.
— Mehbooba Mufti (@MehboobaMufti) October 11, 2021
କେବଳ ଖାନ ସରନେମ ଯୋଗୁ ଶାହାରୁଖ ଖାନଙ୍କ ପୁଅକୁ ଟାର୍ଗେଟ କରାଯାଉଛି ବୋଲି ସେ କହିଥିଲେ । ଏହା ସହ ମୁସଲମାନଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି । ଏହାକୁ ନେଇ ଦିଲ୍ଲୀ ସ୍ଥିତ ଜଣେ ଓକିଲ ମେହବୁବା ମୁଫତିଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି । ସମ୍ପ୍ରାଦାୟିକ ମତଭେଦ କରିବା ବିରୋଧରେ ଅଭିଯୋଗ ଦାଖଲ ହୋଇଛି । ମେହେବୁବାଙ୍କ ବିରୋଧରେ ଆଇପିସିରେ ଥିବା ସମସ୍ତ ଧାରା ପ୍ରୟୋଗ କରାଯାଇ ମାମଲା କରିବାକୁ ସେ ନିବେଦନ କରିଛନ୍ତି ।