Masthead

ହାଇକୋର୍ଟ ବୋମା ବିସ୍ଫୋରଣରେ ସାମିଲ ଥିଲେ ଅଶରଫ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିଲ୍ଲୀରୁ ଗିରଫ ହୋଇଛନ୍ତି ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଅଶରଫ । ଏହି ଘଟଣା ଯେତେ ପୂରୁଣା ହେଉଛି ଆତଙ୍କବାଦୀଙ୍କ କଳାକାରନାମା ସେତେ ସାମ୍ନାକୁ ଆସୁଛି । କେତେବେଳେ ଦେଶରେ ବିଭିନ୍ନ ହିଂସାରେ ସାମିଲ ଥିବାର କଥା ସାମ୍ନାକୁ ଆସିଛି ତ ଆଉ କେତେବେଳେ ବହୁ ଚର୍ଚ୍ଚିତ ହାଇକୋର୍ଟ ସମ୍ମୁଖରେ ହୋଇଥିବା ବିସ୍ପୋରଣରେ ସାମିଲ ଥିବାର ସୂଚନା ମିଳିଛି । ତେବେ ଦିଲ୍ଲୀ ହାଇକୋର୍ଟ ସମ୍ମୁଖରେ ହୋଇଥିବା ବୋମା ବିସ୍ପୋରଣରେ ସାମିଲ ଥିଲେ ମହମ୍ମଦ ଅଶରଫ। ତାଙ୍କୁ ପଚରା ଉଚରା କରାଯାଉଥିବା ବେଳେ ଏପରି ତଥ୍ୟ ସାମ୍ନାକୁ ଆସିଛି । କେବଳ ଏତିକି ନୁହେଁ ବରଂ ଜାମ୍ମୁ-କାଶ୍ମୀରରେ ତାଙ୍କ ସାମ୍ନାରେ ଅନେକ ସେନା କର୍ମଚାରୀଙ୍କୁ ଅପହରଣ କରି ନେଇଥିବାର କଥାକୁ ମଧ୍ୟ ସେ ସ୍ୱୀକାର କରିଛନ୍ତି ।

ଏପରିକି କିଛି ସେନାଙ୍କୁ ବନ୍ଧକ ରଖିବା ପରେ ତାଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା । ଏ କଥା ସାମ୍ନାକୁ ଆସିବା ପରେ ସାରା ଦେଶରେ ବର୍ତ୍ତମାନ ହଇଚଇ ସୃଷ୍ଟି ହୋଇଯାଇଛି । ଅନ୍ୟପଟେ ଅଶରଫ ଭାରତରେ ରହୁଥିଲେ ସତ କିନ୍ତୁ ପାକିସ୍ତାନ ତାଙ୍କୁ ଯାହା କହୁଥିଲା ସେ ତାକୁ ପାଳନ କରୁଥିଲେ । ପାକିସ୍ତାନ ହ୍ୟାଣ୍ଡେଲରଙ୍କ ନିର୍ଦ୍ଦେଶରେ ସେ ଜାମ୍ମୁ-କାଶ୍ମୀର ଯାଇ ସେଠାରେ ଆତଙ୍କବାଦୀଙ୍କୁ ଭେଟିଥିଲେ । ଏପରିକି ନିର୍ଦ୍ଦେଶ ପାଇ ସେନାଙ୍କର ଗତିବିଧୀ ବିଷୟରେ ମଧ୍ୟ ପାକିସ୍ତାନକୁ ଅବଗତ କରାଉଥିଲେ ବୋଲି ନିଜେ ଗିରଫ ହୋଇଥିବା ମହମ୍ମଦ ଅଶରଫ ସ୍ପେଶାଲ ସେଲ ଆଗରେ ସ୍ୱୀକାର କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼