Masthead

ମହାକାଳୀ ପୀଠରେ ପୋଲିସ-ଜନତା ଖଣ୍ଡଯୁଦ୍ଧ

ବଡ଼ମ୍ବା (ବଡ଼ ଖବର ବ୍ୟୁରୋ): ମହାକାଳୀ ପୀଠରେ ପୋଲିସ ଏବଂ ଲୋକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ବୁଧବାର ବିଳମ୍ବିତ ରାତ୍ରିରେ ବଡ଼ମ୍ବା ଖାରୋଡ଼ ମହାକାଳୀଙ୍କର ବଳି ଉତ୍ସବରେ ଆଖପାଖ ଅଞ୍ଚଳର ଅନେକ ଲୋକଙ୍କ ସମାଗମ ହୋଇଥିଲେ। କୋଭିଡ ନିୟମକୁ ଭଙ୍ଗ କରୁଥିବା ଲୋକମାନଙ୍କୁ ଘଉଡାଇବାକୁ ପୋଲିସ ଚେଷ୍ଟା କରିଥିଲା । ଫଳରେ ପୋଲିସ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।ଏହାପରେ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା। ଯାହାକୁ କେନ୍ଦ୍ର କରି ଲୋକେ ତାତି ପୋଲିସ ଗାଡି ଭଙ୍ଗାରୁଜା କରିଥିଲେ।

ଲୋକମାନେ ପୋଲିସ ଉପରକୁ ଟେକା ପଥର ମାରିବା ସହ ଭ୍ୟାନକୁ ଭାଙ୍ଗିଦେଇଥିଲେ । ଏହାସହ ଆଇଆଇସିଙ୍କ ସହ ସମସ୍ତ ପୋଲିସଙ୍କୁ ଗୋଟିଏ ଘରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦକରି ରଖିଥିଲେ। ପଥର ମାଡରେ ୨ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ପରେ ଆଠଗଡ ଏସଡିପିଓ ଘଟଣାସ୍ଥଳରେ ୩ପ୍ଲାଟୁନ ପୋଲିସ ନେଇ ଉତେଜିତ ଲୋକଙ୍କୁ ବୁଝାଇବାପରେ ପରିସ୍ଥିତି ଶାନ୍ତ ପଡିବା ସହ ବଡମ୍ବା ପୋଲିସକୁ ଲୋକମାନେ ଛାଡିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ