Masthead

ସାବରକର ହେବେ ଜାତିର ପିତା: ରଣଜୀତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଖୁବଶୀଘ୍ର ବିନାୟକ ଦାମୋଦର ସାବରକର ହୋଇ ପାରନ୍ତି ଜାତିର ପିତା । ବିଜେପି ସାବରକରଙ୍କୁ ଜାତିର ପିତା କରିବା କଥା ଚିନ୍ତା କରୁଛି । ଏପରି କିଛି ମନ୍ତବ୍ୟ ରଖିଛନ୍ତି ବିନାୟକ ଦାମୋଦର ସାବରକରଙ୍କ ନାତି । ବିନାୟକ ଦାମୋଦର ସାବରକର ଏବେ ପୁଣି ଚର୍ଚ୍ଚାରେ । ବହୁ ସମାଲୋଚନା କରୁଛନ୍ତି ତାଙ୍କୁ ବିରୋଧୀ । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ବିବାଦୀୟ ବୟାନ ପରେ ଏବେ ଏହାକୁ ନେଇ ଆରମ୍ଭ ହୋଇଛି ତୁମ୍ବି ତୋଫାନ । ଏମିତିକି ସାବରକର ଖୁବ ଶୀଘ୍ର ଜାତିର ପିତା ହେବାକଥା ସାମ୍ନାକୁ ଆସିଛି ।

ତେବେ ସାବରକରଙ୍କ ନାତି ଏହି କଥା ସାମ୍ନାକୁ ଆଣିଛନ୍ତି । ବିନାୟକ ଦାମୋଦରଙ୍କ ନାତି ରଣଜୀତ ସାବରକର କହିଛନ୍ତି ଯେ, ବିଜେପି ଭୀର ସାବରକରଙ୍କୁ ଖୁବଶୀଘ୍ର ଜାତିର ପିତା ଭାବେ ପ୍ରୋଜେକ୍ଟ କରିପାରନ୍ତି । ସେ ଏହାମଧ୍ୟ କହିଛନ୍ତି ଯେ, ଭାରତ ଭଳି ଦେଶରେ କେବେ ହେଲେ ଗୋଟିଏ ପିତା ରହିପାରିବେ ନାହିଁ । ଭାରତର ୫ହଜାର ବର୍ଷରୁ ଅଧିକ ବର୍ଷର ଇତିହାସ ରହଛି । ଏହି ରାଷ୍ଟ୍ର ସୃଷ୍ଟିରେ ଅନେକ ଲୋକଙ୍କ ବହୁ ଅବଦାନ ରହିଛି । ତେଣୁ ମହାତ୍ମା ଗାନ୍ଧିଙ୍କୁ ମୁଁ ଜାତିର ପିତା ବୋଲି ମାନୁ ନାହିଁ ।

ମଙ୍ଗଳବାର ଅସଦୁଦ୍ଦିନ ଓୱେସି ରାଜନାଥ ସିଂଙ୍କ ମନ୍ତବ୍ୟକୁ ନେଇ ବିଜେପିକୁ କାଉଣ୍ଟର କରିଥିଲେ । ସେ କହିଥିଲେ ଯେ, ବିଜେପି ଖୁବଶୀଘ୍ର ସାବରକରଙ୍କୁ ଜାତିର ପିତା ଘୋଷଣା କରିବ । କାହିଁକି ନା ସାବରକରଙ୍କ ଭୁଲ ପାଇଁ ମହାତ୍ମା ଗାନ୍ଧିଙ୍କୁ ଦୋଷୀ କୁହାଯାଉଛି । ରଣଜୀତ ସାବରକର ଆହୁରି ମଧ୍ୟ କହିଛନ୍ତି ଯେ, ମୋ ଜେଜେ ବାପା ବ୍ରିଟିଶ ମାନଙ୍କୁ ତାଙ୍କ ନିଜ ପାଇଁ ଭୁଲ ମାଗି ନାହାନ୍ତି । ସେ ଅନ୍ୟାନ୍ୟ ବନ୍ଦୀମାନଙ୍କ ପାଇଁ ଭୁଲ ମାଗିଛନ୍ତି । ଯଦି ସେ କ୍ଷମାପ୍ରାର୍ଥନା ମାଗିଥାନ୍ତେ ତେବେ ତାଙ୍କୁ କିଛି ପଦ ଦିଆଯାଇଥାନ୍ତି କି ? ବୋଲି ପ୍ରଶ୍ନ କରିଛନ୍ତି ରଣଜୀତ ।

ଏହାଛଡ଼ା ମାହାତ୍ମା ଗାନ୍ଧି ପାଇଥିବା ଚିଠି ପୂର୍ବରୁ ମହାତ୍ମା ଗାନ୍ଧି ସାବରକରଙ୍କୁ ପିଟିସନ ଦାଖଲ କରିବାକୁ ଚିଠି ଦେିଥିଲେ ବୋଲି ମଧ୍ୟ ରଣଜୀତ କହିଛନ୍ତି । ପ୍ରଥମେ ରାଜନାଥ ସିଂଙ୍କ ଗାନ୍ଧି ଓ ସାବରକରଙ୍କୁ ନେଇ ଆସିଥିଲା ଏକ ସମ୍ବେଦନଶୀଳ ମନ୍ତବ୍ର । ଯାହାକୁ ନେଇ ରାଜନୀତି ଥମିନି, ଏବେ ରଣଜୀତ ସାବରକର ଏହି ନିଆଁରେ ଘିଅ ଢାଳିବା ଭଳି କାମ କରିଛନ୍ତି । ଭାରତରେ ଗୋଟିଏ ପିତା ରହିପାରିବେନି ବୋଲି କହି ଏହି ବିବାଦରେ ଏକ ନୂଆ ରୂପ ଦେଇଛନ୍ତି ରଣଜୀତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍