Masthead

ଆଜି ପବିତ୍ର ବିଜୟା ଦଶମୀ, ସୁନାବେଶରେ ସଜ୍ଜିତ ହେବେ ମହାପ୍ରଭୁ

ପୁରୀ (ବଡ଼ ଖବର ବ୍ୟୁରୋ): ଆଜି ପବିତ୍ର ବିଜୟା ଦଶମୀ । ପୁରୀରେ ମା’ ବିମଳାଙ୍କ ପୀଠରେ ଦଶହରା ପୂଜା ନୀତି ଭିନ୍ନ ଏକ ଆଧ୍ୟାତ୍ମିକ ପରିବେଶରେ ସମ୍ପନ୍ନ ହୋଇଥାଏ। ଭଣ୍ଡାର ଘରୁ ବାହାରି ସପ୍ତମୀ ଠାରୁ ପୂଜାର୍ଚ୍ଚନା ହେଉଥିବା ସୁବର୍ଣ୍ଣ ଆୟୁଧ ହଳ ମୂଷଳ ଶ୍ରୀବଳଭଦ୍ର ପରିଧାନ କରିଥାନ୍ତି। ଶ୍ରୀଜଗନ୍ନାଥ ରୌପ୍ୟ ଶଙ୍ଖ ଓ ସୁବର୍ଣ୍ଣ ଚକ୍ର ସହ ଅନେକ ପ୍ରକାରର ସୁବର୍ଣ୍ଣ ମାଳା ପରିଧାନ କରନ୍ତି। ସେହିପରି ଦେବୀ ସୁଭଦ୍ରା ଦୁଇଟି ତଗଡି ସହ ବିଭିନ୍ନ ପ୍ରକାର ସୁବର୍ଣ୍ଣରେ ବିଭୂଷିତ ହୋଇଥାନ୍ତି।

କିନ୍ତୁ ବିଡମ୍ବନା କରୋନା ମହାମାରୀ ହେତୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ମନା ହୋଇଛି। ସେପଟେ ମା ବିମଳାଙ୍କ ପ୍ରତିନିଧି ମା’ କାକୁଡିଖାଇଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ ଏବଂ ପରେ କାକୁଡିଖାଇ ଦଶହରା ସନ୍ଧ୍ୟାରେ ଧରାପୃଷ୍ଠରୁ ବିଦାୟ ନେଇଥାନ୍ତି। ବିଜୟା ଦଶମୀରେ ବନ୍ଦ ରହିବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ। ଠାକୁରଙ୍କ ସମସ୍ତ ନୀତିକାନ୍ତ ହେବ, କିନ୍ତୁ ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ମନା। ସେହିପରି ଆସନ୍ତାକାଲି ଭସାଣୀରେ ଦିନ ୧୨ଟା ପରଠାରୁ ଦର୍ଶନ ବନ୍ଦ ରହିବ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ନୂଆ ଏସଓପିରେ ସର୍ବସାଧାରଣ ଦର୍ଶନ ଲାଗି ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସେହିପରି ଦୀପାବଳି ଓ ବଡ଼ ଏକାଦଶୀରେ ମଧ୍ୟ ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ। ତେବେ କୁମାର ପୂର୍ଣ୍ଣିମାରେ ମନ୍ଦିର ଖୋଲା ରହିବ। ସେହିପରି ମନ୍ଦିରକୁ ବିଶୋଧନ କରିବା ଲାଗି ପ୍ରତି ରବିବାର ଦର୍ଶନ ମଧ୍ୟ ବନ୍ଦ ରହିବ ବୋଲି ନୂଆ ଏସଓପିରେ କୁହାଯାଇଛି। ଅନ୍ୟ ଦିନରେ ଭକ୍ତମାନେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚତୁର୍ଦ୍ଧା ମୂରତିଙ୍କ ଦର୍ଶନ କରିପାରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର