Masthead

ଅଚିହ୍ନା ନବୀନରୁ କ୍ଷମତାର କୀର୍ତ୍ତିମାନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ୭୬ ବର୍ଷରେ ପାଦ ଥାପିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯୪୬ ଅକ୍ଟୋବର ୧୬ରେ ନବୀନଙ୍କ ଜନ୍ମ । ବାପା ସମସ୍ତଙ୍କ ଆଦରର ବିଜୁ ବାବୁ । ବିଜୁ ପଟ୍ଟନାୟକଙ୍କ ପୁଅ ହୋଇଥିଲେ ବି ରାଜ୍ୟ ରାଜନୀତି ସହ କୌଣସି ସମ୍ପର୍କ ବା ରୁଚି ରଖୁ ନଥିଲେ । ଅଧିକାଂଶ ଜୀବନ କଟିଥିଲା ଓଡ଼ିଶା ବାହାରେ । ଓଡ଼ିଶାରେ ନା ନବୀନଙ୍କୁ କେହି ଦେଖିଥିଲେ ନା ଜାଣିଥିଲେ । ୧୯୯୭ରେ ବିଜୁ ବାବୁଙ୍କ ଦେହାନ୍ତ ପରେ ଅନିଚ୍ଛା ସତ୍ତେ୍ବ ବାଧ୍ୟବାଧକତାରେ ରାଜ୍ୟ ରାଜନୀତିରେ ହୋଇଥିଲା ନବୀନଙ୍କ ପ୍ରବେଶ । ଏଇଠୁ ଓଡ଼ିଶା ରାଜନୀତିର ଇତିହାସ ପୂରା ବଦଳି ଯାଇଥିଲା ।

୧୯୯୭ ଡିସେମ୍ବର ୨୬ରେ ନବୀନଙ୍କ ନେତୃତ୍ୱରେ ଗଠନ ହେଲା ବିଜୁ ଜନତା ଦଳ । ଓଡ଼ିଆ ଜାଣିନଥିବା ନବୀନ ହିନ୍ଦୀ ଓ ଇଂରାଜୀରେ କଥା ହେଉଥିଲେ । ପ୍ରଥମେ ଆସ୍କା ସାଂସଦ, ପରେ ଓଡ଼ିଶାର ଅପ୍ରତିଦ୍ୱନ୍ଦୀ, ଅପରାଜୟ ମୁଖ୍ୟମନ୍ତ୍ରୀ । ରାଜନୀତିର ବଡ଼ ବଡ଼ ଖିଲାଡ଼ିଙ୍କୁ ଚିତ୍ କରି ନବୀନ ଲେଖିଛନ୍ତି ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ । ୨୦୦୦ ମସିହାରେ ବିଜେପି ସହ ମେଣ୍ଟ କରି ପ୍ରଥମ ଥର ପାଇଁ ଶାସନକୁ ଆସେ ବିଜେଡି । ମୁଖ୍ୟମନ୍ତ୍ରୀ ଭାବେ ନିଜର ଡେବ୍ୟୁ କରନ୍ତି ମାତ୍ର କିଛି ବର୍ଷ ତଳେ ରାଜନୀତିର ସମ୍ପୂର୍ଣ୍ଣ ଅଚିହ୍ନା ନବୀନ ପଟ୍ଟନାୟକ । ଏଇଠୁ କେବେ ବି ପଛକୁ ଫେରି ଦେଖି ନାହାନ୍ତି । ସବୁ ନିର୍ବାଚନରେ ପୂର୍ବ ଥର ଅପେକ୍ଷା ଅଧିକରୁ ଅଧିକ ଆଶନରେ ଜିତି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ନବୀନ ପଟ୍ଟନାୟକ । ।

୨୦୦୪ରେ ପୁଣି ବିଜେପି ସହ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ହୁଅନ୍ତି । ୨୦୦୮ରେ ମେଣ୍ଟ ଭାଙ୍ଗେ, ୨୦୦୯ରେ ଏକାକୀ ଲଢ଼ି ୧୦୦ରୁ ଅଧିକ ଆସନ ଜିତନ୍ତି । ହ୍ୟାଟ୍ରିକ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରନ୍ତି । ୨୦୧୪ରେ ସାରା ଦେଶରେ ଚାଲେ ମୋଦି ମ୍ୟାଜିକ । ଓଡ଼ିଶାରେ କିନ୍ତୁ ନବୀନ ଯାଦୁ ଆଗରେ ଧରାଶାୟୀ ହୁଅନ୍ତି ବିଜେପି ଆଉ କଂଗ୍ରେସ । ୨୦୧୯ରେ ଲଗାତାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀର ଶପଥ ନିଅନ୍ତି ନବୀନ ପଟ୍ଟନାୟକ । ଯାହା ଖାଲି ଓଡ଼ିଶା ନୁହେଁ ଦେଶ ରାଜନୀତିରେ ବି ରେକର୍ଡ । ରାଜନୀତିର କଚା ଖେଳାଳୀ ଭାବେ ଓଡ଼ିଶାକୁ ଆସିଥିବା ନବୀନ ଲଗାତାର ୨୧ବର୍ଷର ମୁଖ୍ୟମନ୍ତ୍ରୀ ହୋଇ ନିଜକୁ ସବୁଠୁ ପକ୍କା ଖେଳାଳୀ ଭାବେ ସାବ୍ୟସ୍ତ କରିସାରିଛନ୍ତି ।

କୌଣସି ନିର୍ବାଚନରେ ପରାଜୟ ଦେଖିନାହାନ୍ତି, ଏପରିକି ତାଙ୍କୁ ରାଜନୀତିକୁ ଆଣିଥିବା ନେତା ବି ତାଙ୍କ ଆଗରେ ଧରାଶାୟୀ ହୋଇଛନ୍ତି । ଅନେକ ସଫଳତା ପାଇଛନ୍ତି, ଅନେକ ବିଫଳତା ବି ପାଇଛନ୍ତି ତାଙ୍କ ୨୧ବର୍ଷର ଶାସନକୁ ତର୍ଜମା କଲେ ଓଡ଼ିଶା ଯେତିକି ଉନ୍ନତି କରିପାରିବା କଥା ତାହା କରପାରିଛି କି ନାହିଁ ତାକୁ ନେଇ ବି ପ୍ରଶ୍ନ ଉଠେ । କିନ୍ତୁ ସତ ଏଇଆ, ଏସବୁ ସତ୍ତେ୍ୱ ନବୀନ ଜିତୁଛନ୍ତି, ଲଗାତାର ଜିତୁଛନ୍ତି ରେକର୍ଡ ପରେ ରେକର୍ଡ ଭାଙ୍ଗୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି