Masthead

୨୫ ଲକ୍ଷ ଟଙ୍କାର ସୁନାଗହଣା ଚୋରି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):   ରାଜଧାନୀ ଭୁନେଶ୍ୱରରେ ଚୋରି । ଝରକା ଭାଙ୍ଗି ଘରେ ପଶି ନେଇଗଲେ ୨୫ ଲକ୍ଷ ଟଙ୍କାର ସୁନାଗହଣା । ଶନିବାର ବିଳମ୍ବିତ ରାତିରେ ଲକ୍ଷ୍ମିସାଗର ବୈରାଗୀ ନଗର ଅଞ୍ଚଳରେ ଏଭଳି ଘଟଣା ଘଟିଛି । ତେବେ ସୂଚନା ଅନୁସାରେ ଘରର ମାଲିକ ଘରେ କିଛି ଦିନ ରହୁ ନ ଥିଲେ । ସେ ଗୁଜରାଟରେ ଥିବା ତାଙ୍କ ପତ୍ନୀଙ୍କ ପାଖକୁ ଯାଇଥିଲେ । ତେବେ ତାଙ୍କ ବଡ ଭାଇ ଘରେ ରହୁଥିଲେ ।

ଘରର ବାଲକୋନି ପଟେ ଝରକା ଭାଙ୍ଗି ଚୋର ଘର ଭିତରେ ପଶିଥିବା କୁହାଯାଇଛି । ତେବେ ପଡ଼ୋଶୀ ବିଳମ୍ବିତ ରାତିରେ ପରିବାର ଲୋକଙ୍କୁ ଜଣାଇଥିଲେ ।ପରେ ଯାଞ୍ଚ କରିବା ବେଳକୁ ଚୋର ଚୋରି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗତକାଲି ରାତି ପ୍ରାୟ ଗୋଟାଏରୁ ସାଢେ ଗୋଟାଏ ମଧ୍ୟରେ ଏ ଘଟଣା ଘଟିଛି ବୋଲି ଘର ମାଲିକଙ୍କ ବଡଭାଇ କହିଛନ୍ତି । ପ୍ରାୟ ୨୫ ଲକ୍ଷ ଟଙ୍କାର ସୁନାଗହଣା ସହିତ ଘରେ ଥିବା ନଗଦ ଟଙ୍କା ଚୋରି ହୋଇଥିବା କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ