Masthead

କିଷାନ ମୋର୍ଚ୍ଚାରୁ ନିଲମ୍ବିତ ହେଲେ ଯୋଗେନ୍ଦ୍ର ଯାଦବ

(ବଡ଼ ଖବର ବ୍ୟୁରୋ):  କେନ୍ଦ୍ର ସରକାରଙ୍କ ୩ଟି ଯାକ କୃଷି ଆଇନକୁ ବିରୋଧ କରି ବର୍ଷେ ହେଲା ଆନ୍ଦୋଳନ କରୁଥିବା କିଷାନ ମୋର୍ଚ୍ଚାରୁ ନିଲମ୍ବିତ ହୋଇଛନ୍ତି ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବ ।ତେବେ ତାଙ୍କୁ ମୋର୍ଚ୍ଚା ପକ୍ଷରୁ ଗୋଟେ ମାସ ପାଇଁ ନିଲମ୍ବିତ କରାଯାଇଛି ।

ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ପ୍ରାଣ ହରାଇଥିବା ବିଜେପି କର୍ମୀଙ୍କ ପରିବାରକୁ ଯୋଗେନ୍ଦ୍ର ଯାଦବ ଭେଟିଥିଲେ । କିନ୍ତୁ ଏଥିପାଇଁ ମୋର୍ଚ୍ଚାଠାରୁ ସେ ଅନୁମତି ନେଇ ନଥିଲେ । ଯାହାଫଳରେ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯାଇଥିଲା । ସୂଚନା ଅନୁଯାୟୀ ଅକ୍ଟୋବର ୨୧ରେ ମୋର୍ଚ୍ଚା ତରଫରୁ ଏନେଇ ବୈଠକ ବସିଥିଲା । ଯୋଗେନ୍ଦ୍ର ଯାଦବ ମୃତ ବିଜେପି କର୍ମୀଙ୍କ ପରିବାର ଲୋକଙ୍କୁ ଭେଟିଥିବାରୁ ବୈଠକରେ ତାଙ୍କୁ କ୍ଷମା ମାଗିବା ପାଇଁ କୁହାଯାଇଥିଲା । ହେଲେ ଶ୍ରୀ ଯାଦବ କ୍ଷମା ମାଗିନଥିଲେ ।

ଶେଷରେ ମୋର୍ଚ୍ଚା ତାଙ୍କୁ ଗୋଟିଏ ମାସ ପାଇଁ ନିଲମ୍ବିତ କରିଛି । ଯୋଗେନ୍ଦ୍ର ବିଜେପି କର୍ମୀଙ୍କ ପରିବାର ଲୋକଙ୍କୁ ଭେଟିବା ପାଇଁ ଯାଇଥିଲେ କିନ୍ତୁ ମୋର୍ଚ୍ଚା ପକ୍ଷରୁ ଅନୁମତି ନେଇ ନ ଥିଲେ । ସୂଚାନ ଥାଉକି, ଅକ୍ଟୋବର ୩ରେ ଲଖିମପୁର ଖେରିରେ ଚାଷୀମାନେ ଆନ୍ଦୋଳନ କରୁଥିଲେ । ଏହି ସମୟରେ ଗୋଟିଏ ମହିନ୍ଦ୍ରା ଥର ଜିପ ସେମାନଙ୍କ ଉପରେ ଚଢିଯାଇଥିଲା । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ପରେ ପୁଣି ଏହି ହିଂସାକାଣ୍ଡରେ ୪ ଜଣଙ୍କ ଜୀବନ ଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି