Masthead

ସୀମା ନିର୍ଦ୍ଧାରଣ ହେଲେ ନିର୍ବାଚନ ହେବ: ଅମିତ ଶାହ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ-କାଶ୍ମୀର ଗସ୍ତ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏହି ଅବସରରେ କାଶ୍ମୀରବାସୀଙ୍କୁ ସମ୍ବୋଧନ କରିଛନ୍ତି ଶାହ । ସେ କହିଛନ୍ତି ଯେ, କାଶ୍ମୀରକୁ ଭାରତ ସରକାରଙ୍କ ସହଯୋଗ ନିରନ୍ତର ଭାବେ ରହିଛି । ବହୁ ଦୁର୍ଦ୍ଦିନ ଦେଖିଛି କାଶ୍ମୀର । ଏବେ ଏଠାରେ ବିକାଶ ହେବ ।

ଏହାଛଡ଼ା ଶାହ କହିଛନ୍ତି ଯେ, ଜମ୍ମୁ-କାଶ୍ମୀର ଯୁବକ ମାନଙ୍କ ସହ ମିଶିଲେ ଶାନ୍ତି ମିଳିଥାଏ । । କାଶ୍ମୀର ଯୁବକଙ୍କୁ ସୁଯୋଗ ମିଳିଲା ପରେ ସୀମା ନିର୍ଦ୍ଧାରଣ ମଧ୍ୟ ଭଲ ଭାବେ ହୋଇପାରିବ । ସୀମା ନିର୍ଦ୍ଧାରଣ ପରେ ନିର୍ବାଚନ ହେବ । ଏହାପରେ ରାଜ୍ୟ ମାନ୍ୟତା ବି ମିଳିପାରିବ । ସେ ନିଜେ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିବେ । ଘାଟିର ବିକାଶକୁ କେହି ହେଲେ ରୋକିପାରିବେ ନାହିଁ । ଅନେକ ଜମ୍ମୁ-କାଶ୍ମୀରର କର୍ଫ୍ୟୁକୁ ନେଇ ପ୍ରଶ୍ନ କରୁଥିଲେ । କିନ୍ତୁ କୌଣସି କର୍ଫ୍ୟୁ ନାହିଁ ।

କାଶ୍ମୀରର କେତେ ଲୋକଙ୍କ ଜୀବନ ଯାଇଛି ସେମାନେ ତାହା ଜାଣିପାରୁ ନାହାଁନ୍ତି । କାଶ୍ମୀରର ଅନେକ ଯୁବକଙ୍କ ଜୀବନ କର୍ଫ୍ୟୁ ଓ ଇଣ୍ଟରନେଟ୍ ବନ୍ଦ ପାଇଁ ବଞ୍ଚିପାରିଛି । ୭୦ ବର୍ଷ ହେଲା ଏଠାରେ ୩ଟି ପରିବାର ଶାସନ କରୁଥିଲେ । ଏହି ସୀମାରେ ୪୦ ହଜାରରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ସେ ଆହୁରି କହିଛନ୍ତି ଯେ, ପୂର୍ବରୁ ଏଠାରେ ଅଧିକ ପଥରମାଡ ହେଉଥିଲା । କିନ୍ତୁ ଏବେ ହେଉନାହିଁ । ପୂର୍ବରୁ ମାତ୍ର କିଛି ଲୋକଙ୍କ ପାଖରେ ସରକାରୀ ଯୋଜନା ପହଁଚୁଥିଲା ଏବେ କିନ୍ତୁ ସେଥିରେ ପରିବର୍ତ୍ତନ ହୋଇଥିବା ଶାହ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ