Masthead

ସୀମା ନିର୍ଦ୍ଧାରଣ ହେଲେ ନିର୍ବାଚନ ହେବ: ଅମିତ ଶାହ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ-କାଶ୍ମୀର ଗସ୍ତ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏହି ଅବସରରେ କାଶ୍ମୀରବାସୀଙ୍କୁ ସମ୍ବୋଧନ କରିଛନ୍ତି ଶାହ । ସେ କହିଛନ୍ତି ଯେ, କାଶ୍ମୀରକୁ ଭାରତ ସରକାରଙ୍କ ସହଯୋଗ ନିରନ୍ତର ଭାବେ ରହିଛି । ବହୁ ଦୁର୍ଦ୍ଦିନ ଦେଖିଛି କାଶ୍ମୀର । ଏବେ ଏଠାରେ ବିକାଶ ହେବ ।

ଏହାଛଡ଼ା ଶାହ କହିଛନ୍ତି ଯେ, ଜମ୍ମୁ-କାଶ୍ମୀର ଯୁବକ ମାନଙ୍କ ସହ ମିଶିଲେ ଶାନ୍ତି ମିଳିଥାଏ । । କାଶ୍ମୀର ଯୁବକଙ୍କୁ ସୁଯୋଗ ମିଳିଲା ପରେ ସୀମା ନିର୍ଦ୍ଧାରଣ ମଧ୍ୟ ଭଲ ଭାବେ ହୋଇପାରିବ । ସୀମା ନିର୍ଦ୍ଧାରଣ ପରେ ନିର୍ବାଚନ ହେବ । ଏହାପରେ ରାଜ୍ୟ ମାନ୍ୟତା ବି ମିଳିପାରିବ । ସେ ନିଜେ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିବେ । ଘାଟିର ବିକାଶକୁ କେହି ହେଲେ ରୋକିପାରିବେ ନାହିଁ । ଅନେକ ଜମ୍ମୁ-କାଶ୍ମୀରର କର୍ଫ୍ୟୁକୁ ନେଇ ପ୍ରଶ୍ନ କରୁଥିଲେ । କିନ୍ତୁ କୌଣସି କର୍ଫ୍ୟୁ ନାହିଁ ।

କାଶ୍ମୀରର କେତେ ଲୋକଙ୍କ ଜୀବନ ଯାଇଛି ସେମାନେ ତାହା ଜାଣିପାରୁ ନାହାଁନ୍ତି । କାଶ୍ମୀରର ଅନେକ ଯୁବକଙ୍କ ଜୀବନ କର୍ଫ୍ୟୁ ଓ ଇଣ୍ଟରନେଟ୍ ବନ୍ଦ ପାଇଁ ବଞ୍ଚିପାରିଛି । ୭୦ ବର୍ଷ ହେଲା ଏଠାରେ ୩ଟି ପରିବାର ଶାସନ କରୁଥିଲେ । ଏହି ସୀମାରେ ୪୦ ହଜାରରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ସେ ଆହୁରି କହିଛନ୍ତି ଯେ, ପୂର୍ବରୁ ଏଠାରେ ଅଧିକ ପଥରମାଡ ହେଉଥିଲା । କିନ୍ତୁ ଏବେ ହେଉନାହିଁ । ପୂର୍ବରୁ ମାତ୍ର କିଛି ଲୋକଙ୍କ ପାଖରେ ସରକାରୀ ଯୋଜନା ପହଁଚୁଥିଲା ଏବେ କିନ୍ତୁ ସେଥିରେ ପରିବର୍ତ୍ତନ ହୋଇଥିବା ଶାହ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା?