Masthead

ଓଡ଼ିଶା ମୁହାଁ ୟୁପି ଅପରାଧୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ମୁହାଁ ହୋଇଛନ୍ତି ଉତ୍ତରପ୍ରଦେଶର ପେଶାଦାର ଅପରାଧୀ । ୟୁପି ଛାଡି ଏବେ ରାଜଧାନୀରେ କାୟା ବିସ୍ତାର କରିଲେଣି ବ୍ରାଉନସୁଗାର ମାଫିଆ। ଉତ୍ତରପ୍ରଦେଶର ଜଣେ ବ୍ରାଉନସୁଗାର ମାଫିଆକୁ ରାଜଧାନୀର ଏୟାରଫିଲଡ ଥାନା ପୋଲିସ ଗିରଫ କରିଛି। ହାଇଟେକ ସୁନ୍ଦରପଦା ଛକରୁ ଗିରଫ ଅଭିଯୁକ୍ତ ହେଉଛନ୍ତି ଉତ୍ତରପ୍ରଦେଶର ଆନନ୍ଦ କୁମାର । ତେବେ ଗିରଫ ପରେ ଅଭିଯୁକ୍ତ ନିକଟରୁ ୨୫୪ ଗ୍ରାମର ବ୍ରାଉନ ସୁଗାର ସହ ନଗଦ ୭,୬୦୦ ଟଙ୍କା ଜବତ କରିଛି ପୋଲିସ ।

ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୨୫ଲକ୍ଷ ହେବ ବୋଲି ସୂଚନା ମିଳିଛି । ଅଭିଯୁକ୍ତ ଜଣଙ୍କ ଉତ୍ତରପ୍ରଦେଶର ଇଟାଓ୍ବା ଜିଲ୍ଲା ପଚାୟନ ଗାଁ ରବୋଲିର ହୋଇଥିବାବେଳେ ରାଜଧାନୀର କାରଗିଲ ବସ୍ତିରେ ରହି ବ୍ରାଉନସୁଗାର କାରବାର ଚଲାଉଥିଲା। ବିଶେଷ କରି କଲେଜ ପିଲାଙ୍କୁ ବ୍ରାଉନସୁଗାର ବିକ୍ରି କରୁଥିଲା ଅଭିଯୁକ୍ତ ଜଣଙ୍କ । ୟୁପିରୁ ଆସି ରାଜଧାନୀରେ ଆଡ୍ଡା ପକାଇଥିବା ଏହି ଅପରାଧୀଙ୍କୁ ନେଇ ଏବେ କମିସନରେଟ ପୋଲିସର ଚିନ୍ତା ବଢି ଯାଇଛି । ତେବେ ଅପରେସନ ହ୍ବାଇଟ ସ୍ପାଏଡର ଅଭିଯାନ କେତେଦିନ କାର୍ଯ୍ୟକ୍ଷମ ହେଉଛି ତାହା ଦେଖିବାକୁ ବାକି ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼