Masthead

ଓଡ଼ିଶା ମୁହାଁ ୟୁପି ଅପରାଧୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ମୁହାଁ ହୋଇଛନ୍ତି ଉତ୍ତରପ୍ରଦେଶର ପେଶାଦାର ଅପରାଧୀ । ୟୁପି ଛାଡି ଏବେ ରାଜଧାନୀରେ କାୟା ବିସ୍ତାର କରିଲେଣି ବ୍ରାଉନସୁଗାର ମାଫିଆ। ଉତ୍ତରପ୍ରଦେଶର ଜଣେ ବ୍ରାଉନସୁଗାର ମାଫିଆକୁ ରାଜଧାନୀର ଏୟାରଫିଲଡ ଥାନା ପୋଲିସ ଗିରଫ କରିଛି। ହାଇଟେକ ସୁନ୍ଦରପଦା ଛକରୁ ଗିରଫ ଅଭିଯୁକ୍ତ ହେଉଛନ୍ତି ଉତ୍ତରପ୍ରଦେଶର ଆନନ୍ଦ କୁମାର । ତେବେ ଗିରଫ ପରେ ଅଭିଯୁକ୍ତ ନିକଟରୁ ୨୫୪ ଗ୍ରାମର ବ୍ରାଉନ ସୁଗାର ସହ ନଗଦ ୭,୬୦୦ ଟଙ୍କା ଜବତ କରିଛି ପୋଲିସ ।

ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୨୫ଲକ୍ଷ ହେବ ବୋଲି ସୂଚନା ମିଳିଛି । ଅଭିଯୁକ୍ତ ଜଣଙ୍କ ଉତ୍ତରପ୍ରଦେଶର ଇଟାଓ୍ବା ଜିଲ୍ଲା ପଚାୟନ ଗାଁ ରବୋଲିର ହୋଇଥିବାବେଳେ ରାଜଧାନୀର କାରଗିଲ ବସ୍ତିରେ ରହି ବ୍ରାଉନସୁଗାର କାରବାର ଚଲାଉଥିଲା। ବିଶେଷ କରି କଲେଜ ପିଲାଙ୍କୁ ବ୍ରାଉନସୁଗାର ବିକ୍ରି କରୁଥିଲା ଅଭିଯୁକ୍ତ ଜଣଙ୍କ । ୟୁପିରୁ ଆସି ରାଜଧାନୀରେ ଆଡ୍ଡା ପକାଇଥିବା ଏହି ଅପରାଧୀଙ୍କୁ ନେଇ ଏବେ କମିସନରେଟ ପୋଲିସର ଚିନ୍ତା ବଢି ଯାଇଛି । ତେବେ ଅପରେସନ ହ୍ବାଇଟ ସ୍ପାଏଡର ଅଭିଯାନ କେତେଦିନ କାର୍ଯ୍ୟକ୍ଷମ ହେଉଛି ତାହା ଦେଖିବାକୁ ବାକି ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ