Masthead

‘ଉଇ ଦ ଚେଞ୍ଜ କ୍ୟାମ୍ପେନ’ରେ ଦୁଇ ଓଡ଼ିଆ

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ଜାତିସଙ୍ଘର “ଉଇ ଦ ଚେଞ୍ଜ କ୍ୟାମ୍ପେନ “ସ୍ଥାନ ପାଇଁ ଗୌରବ ଆଣିଲେ ଦୁଇ ଓଡ଼ିଆ । ଟ୍ୱିଟ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ ଉଦଦ୍ଦେଶ୍ୟରେ ନିରବିଚ୍ଛିନ୍ନ ଭାବରେ ଉଲ୍ଳେଖନୀୟ କାର୍ଯ୍ୟ ଜାରି ରଖିଥିବା ଦୁଇ ଓଡ଼ିଆ ଯୁବ ପରିବେଶକର୍ମୀ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳର ସୋମ୍ୟ ବିଶ୍ୱାଳଓ ସୁନ୍ଦରଗଡ଼ ଜିଲ୍ଲାର ଅର୍ଚ୍ଚନା ସୋରେଙ୍ଗଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି ।

ମିଳିତ ଜାତିସଙ୍ଘ ପକ୍ଷରୁ ଆୟୋଜିତ “ଉଇ ଦ କ୍ୟାମ୍ପେନ “ଦେଶର ସତର ଜଣ ଯୁବ ଜଳବାୟୁ ପରିବର୍ତ୍ତନ ନେତୃତ୍ୱ ମଧ୍ୟରେ ଅସ୍ତରଙ୍ଗ ବ୍ଲକ ଗୁଣ୍ଡଳବା ଗ୍ରାମର ସୋମ୍ୟ ବିଶ୍ୱାଳଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ୨୬ତମ ଆର୍ନ୍ତଜାତୀୟ ଜଳବାୟୁ ପରିବର୍ତ୍ତନ ଅଧିବେଶନ ଅବସରରେ ମିଳିତ ଜାତିସଙ୍ଘ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର କ୍ୟାମ୍ପେନ ମାଧ୍ୟମରେ ତୃଣମୂଳ ସ୍ଥରରେ କାର୍ଯ୍ୟ କରୁଥିବା ଭାରତର ସତର ଜଣଙ୍କୁ ମନୋନୀତ କରାଯାଇଛି

। ଅସ୍ତରଙ୍ଗ ଅଂଚଳ ୨୪ ବର୍ଷୀୟ ଯୁବ ପରିବେଶବିତ ସୋମ୍ୟ ଓଡିଶା ପର୍ଯ୍ୟବରଣ ସଂରକ୍ଷଣ ଅଭିଯାନ ନାମକ ଏକ ସଙ୍ଘଠନ ଆରମ୍ଭ କରି ବିରଳ ସାମୁଦ୍ରିକ କଇଁଛକୁ ନେଇ ଅଭିନବ ସଂରକ୍ଷଣ ଓ ସଚେତନା ପଦ୍ଧତି ନେତୃତ୍ୱରେ ୨୦୩ ବେଳାଭୂମି ସ୍ୱଚ୍ଛତା ସାଙ୍ଗକୁ ଲୁଣା ଜଙ୍ଘଲ ତଥା ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜୈବ ବିବିଧତା ସୁରକ୍ଷା ପାଇଁ ନିଜକୁ ନିୟୋଜିତ ରଖିଛନ୍ତି । ଏ ଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିବାସହ ସତର ଜଣ ମଧ୍ୟରୁ ଅସ୍ତରଙ୍ଗ ଅଂଚଳ ସୋମ୍ୟ ସ୍ଥାନ ପାଇଥିବାରୁ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଅସ୍ତରଙ୍ଗ ବ୍ଲକ ଅଧକ୍ଷ ସ୍ୱାଧୀନନାୟକ ସୋମ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!