Masthead

ମମିତାଙ୍କ ପରିବାରକୁ ଭେଟିଲା ବିଜେପି ଟିମ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ପରିବାରକୁ ଭେଟିବାକୁ ବଲାଙ୍ଗିର ଗଲେ ବିଜେପିର ଏକ ପ୍ରତିନିଧି ଦଳ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ୧୫ ଜଣିଆ ପ୍ରତିନିଧି ଦଳ ମମିତାଙ୍କ ପରିବାରକୁ ଭେଟିଛନ୍ତି । ଘଟଣା ସଂପର୍କରେ ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ପୁଲିସ ତଦନ୍ତକୁ ନେଇ ମତାମତ ମଧ୍ୟ ନେବେ । ଏହାପରେ ସ୍ଥାନୀୟ ଲୋକ ଓ ପୁଲିସ ପ୍ରଶାସନ ସହ ମମିତା ମୃତ୍ୟୁ ଘଟଣା ଓ କଲେଜ କେଳେଙ୍କାରୀ ଘଟଣା ଉପରେ ଆଲୋଚନା କରିଛନ୍ତି ।

ଏହାପରେ ମହାଲିଙ୍ଗ କଲେଜ ଓ ମୃତଦେହ ଉଦ୍ଧାର ହୋଇଥିବା ଷ୍ଟାଡିୟମକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ । ସମୀର ମହାନ୍ତିଙ୍କ ନେତୃତ୍ୱରେ ବଲାଙ୍ଗିର ଯାଇଥିବା ପ୍ରତିନିଧି ଦଳରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର, ବିଧାୟକ ମୋହନ ମାଝୀ , ବିଧାୟକ ମୁକେଶ ମହାଲିଙ୍ଗଙ୍କ ସମେତ ଦଳର ବରିଷ୍ଠ ନେତା ଯାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ