Masthead

କର୍ମୀଙ୍କୁ ଶୃଙ୍ଖଳା ଓ ଏକତାର ଜ୍ଞାନ ବାଣ୍ଟିଲେ ସୋନିଆ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ଥମିବାରେ  ନାଁ ନେଉନି କଂଗ୍ରେସ କନ୍ଦଳ। ଏହି ଦଳୀୟ କନ୍ଦଳ କ୍ୟାନସରର ରୂପ ନେଇସାରିଛି। ସେଥିପାଇଁ  ବହୁ ବରିଷ୍ଠ ନେତା ଦଳ ମଧ୍ୟ ଛାଡ଼ିସାରିଲେଣି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି। ସେଇଥି ପାଇଁ ସବୁ ରାଜ୍ୟର କଂଗ୍ରେସ ମୁଖ୍ୟମାନଙ୍କୁ ଶୃଙ୍ଖଳା ଓ ଏକତା ଜ୍ଞାନ ଦେଇଛନ୍ତି।

ବ୍ୟକ୍ତିଗତ ସ୍ୱାର୍ଥ ବଦଳରେ ଦଳର ଓ ଲୋକଙ୍କ ବିକାଶକୁ ଅଧିକ ଗୁରୁତ୍ୱ ଦେବାକୁ  କହିବା ସହ ଆରଏସ୍‌ଏସ୍‌ ଓ ବିଜେପିର ବିଚାରଧାରା ବିରୋଧରେ ଲଢିବାକୁ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। ମଙ୍ଗଳବାର ଦଳର ସବୁ ମହାସଚିବ,ରାଜ୍ୟ ପ୍ରଭାରୀ ଓ ରାଜ୍ୟ କଂଗ୍ରେସ ମୁଖ୍ୟଙ୍କ ସହ ବୈଠକ କରିଛନ୍ତି। ବୈଠକ ସୋନିଆ କହିଛନ୍ତି  ଦେଶର ଯୁବକ ଓ ଯୁବତୀମାନେ ସେମାନଙ୍କର ଇଚ୍ଛା ଓ ଦାବି ପୂରଣ ପାଇଁ ଆନ୍ଦୋଳନ ଚାହୁଁଛନ୍ତି। ସେମାନଙ୍କୁ ଗୋଟିଏ ମଞ୍ଚ ଯୋଗାଇ ଦେବା ଦାୟିତ୍ୱ ଆମର। ଆମେ ଏକାଠି ରହିଲେ ସବୁ କିଛି ସମ୍ଭବ ହୋଇପାରିବ।ପ୍ରତିଦିନ ଏଆଇସିସି ଦେଶର ହିତ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ବିବରଣୀ ପ୍ରଦାନ କରୁଛି। କିନ୍ତୁ ଏହା ବ୍ଲକ ଓ ଜିଲ୍ଲାସ୍ତରରେ ଥିବା ତୃଣମୂଳ ସ୍ତରର କର୍ମୀଙ୍କ ପାଖରେ ପହଞ୍ଚି ପାରୁନି। ତେଣୁ ଏଥିପ୍ରତି ଆମକୁ ଯତ୍ନବାନ ହେବାକୁ ପଡ଼ିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି