Masthead

ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ ଆରମ୍ଭ

(ବଡ଼ ଖବର ବ୍ୟୁରୋ):   ଆସନ୍ତା ନଭେମ୍ବର ୨୯ରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ । ତେବେ ଏହା ଡିସେମ୍ବର ୨୩ ଯାଏ ଚାଲିବ ବୋଲି ସୂଚନା ମିଳିଛ । ମହାମାରୀ କରୋନା ଯୋଗୁ ଗତବର୍ଷ ସଂସଦର ଶୀତ ଅଧିବେଶନକୁ ବାତିଲ କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ, ଉଭୟ ଲୋକ ଲୋକସଭା ଓ ରାଜ୍ୟସଭା ଗୋଟିଏ ସମୟରେ ବସିବ ।

କିନ୍ତୁ ସଦସ୍ୟମାନଙ୍କ ମଧ୍ୟରେ ମାସ୍କ ଓ ସାମାଜିକ ଦୂରତା ନିୟମ କଡାକଡି କରାଯିବ । ଶୀତ ଅଧିବେଶନ ସମୟରେ ସରକାର ଦୁଇଟି ପ୍ରମୁଖ ଆର୍ଥିକ ବିଲ ଆଣିବେ । ତେବେ ଏହା ପରେ ଆଉ କିଛି ବିଲ ଓ ଚିଠା ପ୍ରସ୍ତାବ ଗୃହରେ ଉପସ୍ଥାପନ ହୋଇପାରେ । ସୂଚନା ଅନୁଯାୟୀ, ମୌସୁମୀ ଅଧିବେଶନ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ପୋଗାସସ୍ ଗୁଇନ୍ଦାଗିରି ସାମ୍ନାକୁ ଆସିଥିଲା । ତେବେ ଏହି କାରଣରୁ ଗୃହକୁ ଧାର୍ଯ୍ୟ ସମୟ ପୂର୍ବରୁ ବନ୍ଦ କରି ଦିଆଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ