Masthead

ନିରପେକ୍ଷ ତଦନ୍ତ ପରେ ଦୋଷୀକୁ ଫାଶୀ ମିଳୁ: ସୂର୍ଯେୱାଲା

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ଝରଣୀ ଗାଁରେ କଂଗ୍ରେସର କେନ୍ଦ୍ରୀୟ ଟିମ୍ । ମମିତାଙ୍କ ପରିବାରକୁ ଭେଟିଲେ ଟିମ୍ ସଦସ୍ୟ । ପରିବାରକୁ ଭେଟିଲେ ରଣଦୀପ ସୂର୍ଯେୱାଲା । ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ମଧ୍ୟ ଭେଟିଛନ୍ତି । ଟିମ୍ ସହ ଥିଲେ ବିଧାୟକ ନରସିଂହ ମିଶ୍ର । ଆଲୋଚନା ପରେ ସୂର୍ଯେୱାଲାଙ୍କ ଦେଇଛନ୍ତି ମନ୍ତବ୍ୟ । ସେ କହିଛନ୍ତି ଯେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ । ବହିଷ୍କାର ପରେ ମନ୍ତ୍ରୀଙ୍କୁ ଗିରଫ କରାଯାଉ ଏବଂ ୧୨୦ ବିରେ ମାମଲା ରୁଜୁ ହେଉ । ନିରପେକ୍ଷ ତଦନ୍ତ ପରେ ଦୋଷୀକୁ ଫାଶୀ ମିଳୁ । ୯୦ ଦିନରେ ଶେଷ ହେଉ ବିଚାର ପ୍ରକ୍ରିୟା ।

ତାସହ ପୀଡ଼ିତ ପରିବାରକୁ ଏକ କୋଟି ଟଙ୍କା କ୍ଷତିପୂରଣ, ମମିତାଙ୍କ ଭାଇଙ୍କୁ ସରକାରୀ, ଦୋଷୀଙ୍କୁ ଫାଶୀ ଓ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି। ଏବଂ ଏହି ପ୍ରସଙ୍ଗ ନେଇ ଆସନ୍ତା ସଂସଦ ଅଧିବେଶନରେ କଥା ଉଠିବ ବୋଲି ସେ କହିଛନ୍ତି। ଅନ୍ୟପଟେ ବିଧାୟକ ନରସିଂହ ମିଶ୍ର ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛନ୍ତି। ଯଦି ଦିବ୍ୟ ଶଙ୍କରଙ୍କୁ ବହିଷ୍କାର ନକଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରାଯିବ ବୋଲି ନରସିଂହ କହିଛନ୍ତି। ପରିବାର ଲୋକଙ୍କୁ ଭେଟିବା ପରେ ଟିମ୍ କଣ୍ଟାବାଞ୍ଜି ଫେରି ଯାଇଛନ୍ତି। ଅପରାହ୍ନରେ ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରିବା କାର୍ଯ୍ୟକ୍ରମ ରହିଛି।

ସେପଟେ ଆଜିବି ରାଜଧାନୀରେ ମମିତା ତାତି ଦେଖିବାକୁ ମିଳିଛି । ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିଜେପି ଯୁବ ମୋର୍ଚା ପକ୍ଷରୁ ଭୁବନେଶ୍ୱର ଡିସିପି ଅଫିସ ଘେରାଉ କରାଯାଇଛି । ଶହ ଶହ ସଂଖ୍ୟାରେ ଯୁବ ମୋର୍ଚାର କର୍ମକର୍ତ୍ତା ରୂପଲି ଛକ ଠାରେ ଏକାଠି ହୋଇ ଡିସିପି ଅଫିସ ଘେରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ