Masthead

ମିଶ୍ରଣ ପର୍ବରେ ଅସନ୍ତୁଷ୍ଟଙ୍କ ହଙ୍ଗାମା

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ) : ତିର୍ତ୍ତୋଲ ଉପନିର୍ବାଚନ ଉପଲକ୍ଷେ ତିର୍ତ୍ତୋଲ ବ୍ଲକ ଆନନ୍ଦ ମଣ୍ଡପ ଠାରେ ବିଜେପି ପକ୍ଷରୁ ଦଳୀୟ କାର୍ୟ୍ୟାଳୟ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ କାର୍ୟ୍ୟାଳୟ ଉଦଘାଟନ କରିଥିଲେ । ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଜିଲ୍ଲା ପ୍ରଭାରୀ ଶାରଦା ପ୍ରଧାନ, କଟକ ସଦର ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ମଲ୍ଲିକ, ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ଦଳୀୟ କାର୍ୟ୍ୟଳୟ ଉଦଘାଟନ ହେବା ସହିତ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା ।

ଏହି ମିଶ୍ରଣ ପର୍ବରେ ବିରିତୋଳ ସରପଞ୍ଚ ତଥା ପୁର୍ଵତନ ତିର୍ତ୍ତୋଲ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ରୁକସାନା ବେଗମଙ୍କ ସହ ବହୁ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଥିଲେ । ବିଜେପି ସରକାର ସାଧାରଣ ଲୋକଙ୍କ ପାଖରେ ରହିଛି । ରାଜ୍ୟରେ ଶାସନ କରୁଥିବା ବିଜେଡି ପ୍ରତି ଲୋକମାନଙ୍କ ଭରସା ତୁଟିଯାଇଛି । ଆଗାମୀ ଦିନରେ ତିର୍ତ୍ତୋଲ ଉପନିର୍ବାଚନରେ ଲୋକେ ବିଜେପିକୁ ବ୍ୟାପକ ସମର୍ଥନ ଦେବେ ବୋଲି କହିଛନ୍ତି ବିଜେପି ରାଜ୍ୟ ଉପସଭାପତି । ଏହା ସହିତ ଦଳ ପକ୍ଷରୁ ଆଗାମୀ ଦୁଇ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ମଧ୍ୟ କହିଥିଲେ ।

ଏହି ସମୟରେ ହଠାତ କିଛି ଅସନ୍ତୁଷ୍ଟ ବିଜେପି କର୍ମୀ ମଞ୍ଚ ସମ୍ମୁଖରେ ହଙ୍ଗାମା କରିଥିଲେ । ଦଳୀୟ ନେତା ମାନେ ତାଙ୍କ ପ୍ରତି ଅନ୍ୟାୟ କରିଛନ୍ତି, ଅନେକ ବର୍ଷ ଧରି ନିଃସ୍ଵାର୍ଥପର ଭାବେ ଦଳପାଇଁ କାର୍ୟ୍ୟ କରିଥିଲେ ମଧ୍ୟ ତାଙ୍କୁ କଣ ପାଇଁ ଅଣଦେଖା କରାଯାଇଛି ବୋଲି ନାରା ଦେଇଥିଲେ । ଫଳରେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍