Masthead

ଆଇରନ ମ୍ୟାନଙ୍କ ଜୟନ୍ତୀ, ଆଇରନ ଲେଡିଙ୍କ ଶ୍ରାଦ୍ଧ ବାର୍ଷିକୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ଦେଶ ଉଭୟ ଆଇରନ ଲେଡି ଓ ଆଇରନ ମ୍ୟାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ଆଇରନ ମ୍ୟାନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ହେଉଛି ଆଜି ଜନ୍ମଦିନ । ସେହିପରି ଦେଶର ଆଇରନ ଲେଡି ତଥା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଶ୍ରାଦ୍ଧ ଦିବସ । ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନକୁ ଦେଶ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରୁଛି । ସେ ଥିଲେ ସ୍ୱାଧୀନ ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ । ତାଙ୍କ ଉଦ୍ୟମରେ ଭାରତରେ ଥିବା ଗଡ଼ଜାତ ଅଞ୍ଚଳ ଓ ସ୍ୱାଧୀନ ରାଜ୍ୟକୁ ଭାରତ ସହ ମିଶିଥିଲା ।

ସର୍ଦ୍ଦାର ପଟେଲ ୧୮୭୫ ମସିହା ଅକ୍ଟୋବର ୩୧ରେ ଗୁଜୁରାଟର ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଏକ ସାଧାରଣ ପରିବାରରୁ ଆସି ଜଣେ ଅସାଧାରଣ ବ୍ୟକ୍ତି ହୋଇପାରିଥିଲେ ସେ । ତାଙ୍କରି ଦୃଢ଼ ସଙ୍କଳ୍ପରେ ଭାରତରେ ୫୬୫ଟି ସ୍ୱାଧୀନ ଗଡ଼ଜାତ ରାଜ୍ୟ ମିଶିଥିଲେ । ଯେଉଁ କାରଣରୁ ତାଙ୍କୁ କୁହାଯାଏ ସେ ହେଉଛନ୍ତି ଏକତାର ପ୍ରତୀକ । ସାରା ଦେଶ ଲୌହ ମାନବଙ୍କ ଜନ୍ମଦିନକୁ ଖୁବ ସମ୍ମାନର ସହ ପାଳନ କରିଥାଏ । ବାସ୍ତବିକ ଏହା ହେଉଛି ଦେଶ ପାଇଁ ଏକ ମହାନ ଅବସର । କାରଣ ସର୍ଦ୍ଦାର ବଲ୍ଲଭଙ୍କ ଜନ୍ମଦିନରେ କେବଳ ଯେ ତାଙ୍କୁ ସମ୍ମାନ ଜଣାଯାଏ ତାହା ନୁହେଁ, ଏହି ଦିନ ତାଙ୍କ ସ୍ୱାଧୀନତା ସଂଗ୍ରାମର ବର୍ତ୍ତା ମଧ୍ୟ ଦିଏ । ଏକତାର ମନ୍ତ୍ରରେ ବାନ୍ଧି ହେବାକୁ ସାରା ଦେଶବାସୀଙ୍କୁ ଉଦବୃଦ୍ଧ କରାଇବା ପାଇଁ ସଚେତନତା ସୃଷ୍ଟି କରାଏ ।

ତେବେ ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସ ଅବସରରେ ଗୁଜରାଟର କେଭେଡିଆଠାରେ ଆୟୋଜିତ ହୋଇଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ପଟେଲଙ୍କ ୧୮୨ ଫୁଟ ର୍ପତିମୂର୍ତ୍ତିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପୁଷ୍ପ ମାଲ୍ୟ ଅର୍ପଣ କରିବା ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ପୁରୁଷ ହକି ଟିମର କ୍ୟାପଟେନ ତଥା ଅଲିମ୍ପିଆନ୍ ମନପ୍ରିତ ସିଂଙ୍କ ସମେତ ବହୁ ଆଥଲେଟ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି । ରାଷ୍ଟ୍ରୀୟ ଏକତା ଦିବସ ଅବସରରେ କେଭିଡିଆଠାରେ ଆୟୋଜିତ ହୋଇଥିଲା ଚିତାକର୍ଷକ ପରେଡ । ସ୍ୱାଧୀନତାର ୭୫ତମ ବାର୍ଷୀକ ଉତ୍ସବ ଅବସରରେ ଆଇଟିବିପି ଏସଏସବି ସିଆଇଏସଏଫ, ସିଆରପିଏଫ ଓ ବିଏସଏଫର ୭୫ଜଣ ଯବାନ ଭାରତର ବିଭିନ୍ନ ସ୍ଥାନ ପରିକ୍ରମା କରି ୯ହଜାର କିଲୋମିଟର ଅତିକ୍ରମ କରି କେଭିଡିଆରେ ପହଞ୍ଚିଥିଲେ । ସେମାନେ ମଧ୍ୟ ପରେଡରେ ଭାଗ ନେଇଥିଲେ ।

ତ୍ରିପୁରା ତାମିଲନାଡୁ, ଜମ୍ମୁ କାଶ୍ମୀର ଓ ଗୁଜୁରାଟର ୧୦୧ ପୋଲିସ ବାଇକରେ ସମଗ୍ର ଭାରତର ୯ହଜାର ୨ଶହ କିଲୋମିଟର ପରିକ୍ରମା କରି କେଭିଡିଆରେ ପହଞ୍ଚିଥିଲେ । ଅଲିମ୍ପିକ୍ସ , ଏସିଆନ୍ ଗେମ୍ସ ଓ କମନ ୱେଲ୍ଥ ଗେମ୍ସର ୨୩ ଜଣ ପଦକ ବିଜେତାଙ୍କୁ ଏହି ଉତ୍ସବରେ ଦେଖିବାକୁ ମିଳିଥିଲା । ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ସମସ୍ତ ଖେଳାଳିଙ୍କୁ ଏଠାରେ ଦେଖିବାକୁ ମିଳିଥିଲା । ୨୦୧୪ ରୁ ଅକ୍ଟୋବର ୩୧ ତାରିଖକୁ ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଛି ।

ସେହିପରି ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଆଇରନ ଲେଡି ଇନ୍ଦିରା ଗାନ୍ଧିଙ୍କ ୩୭ତମ ଶ୍ରାଦ୍ଧ ଦିବସ । ଏହି ଅବସରରେ ଶକ୍ତି ସ୍ଥଳରେ ରାହୁଲ ଗାନ୍ଧିଙ୍କ ସହ ବହୁ ବିଶିଷ୍ଟ ନେତା ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦେଶର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ ଭାବେ ଇନ୍ଦିରା ଗାନ୍ଧୀ ୧୯୬୭ ଜାନୁୟାରୀରେ ଦାୟିତ୍ୱ ଗ୍ରହଣ କରିଥିଲେ । ପରେ ୧୯୭୭ ମାର୍ଚ୍ଚ ଓ ପୁଣି ୧୯୮୦ ଜାନୁୟାରୀରେ ସେ ଦେଶର ପ୍ରଧାନ ମନ୍ତ୍ରୀ ଭାବେ ଦାୟୀତ୍ୱ ଗ୍ରହଣ କରିଥିଲେ । ୧୯୮୪ ଆଜିର ଦିନରେ ୨ ଅଙ୍ଗରକ୍ଷୀଙ୍କ ଗୁଳିରେ ତାଙ୍କର ମୃତ୍ୟୁ ହୋଇଥିଲା । ଦେଶବ୍ୟାପୀ ଏହି ମହାନ ନେତ୍ରୀଙ୍କର ଶ୍ରାଦ୍ଧ ଦିବସ ପାଳିତ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଚର୍ଚ୍ଚାରେ ନୀଳ ଡ୍ରମ ! 🔴 ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଚର୍ଚ୍ଚାରେ ନୀଳ ଡ୍ରମ ! 🔴 ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା