ବଢୁଛି ଗ୍ୟାସ ଦର, ଖାଉଟି ମୁଣ୍ଡରେ ଚଡ଼କ 

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ପୁଣି ମହଙ୍ଗା ମାଡ଼ । ପେଟ୍ରୋଲ  ଡିଜେଲ ପରେ ବଢିଛି ଏବେ ଗ୍ୟାସ ସିଲିଣ୍ଡର । ଖାଉଟି ମୁଣ୍ଡରେ ଚଡ଼କ । ଗୋଟିଏ ପଟେ ମହାମାରୀ କରୋନା ଲୋକଙ୍କ ରୋଜଗାର ବନ୍ଦ କରିଦେଇଥିବାବେଳେ ଅନ୍ୟପଟେ ବଜାର ଦର ହୁ ହୁ ବଢିବା ସାଧାରଣ ଲୋକଙ୍କୁ ଅତିଷ୍ଠ କଲାଣି । ନିତ୍ୟ ବ୍ୟବହାର୍ଯ୍ୟ ରନ୍ଧନ ଗ୍ୟାସ ଦରରେ ଆହେତୁକ ବୃଦ୍ଧି ଗୃହିଣୀଙ୍କୁ ଅଣନିଶ୍ୱାସି କରିସାରିଲାଣି ।   ଏପରି ସ୍ଥିତିରେ ନଭେମ୍ବର ଆରମ୍ଭରୁ ଗ୍ରାହକଙ୍କୁ ଲାଗିଛି ଗ୍ୟାସ ଝଟକା ।

ଦୀପାବଳି ପୂର୍ବରୁ କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ୨୬୫ ଟଙ୍କା ବୃଦ୍ଧି କରାଯାଇଛି । ଆଜିଠୁ ଏହି ବର୍ଦ୍ଧିତ ଦର ଲାଗୁ କରାଯାଇଛି। ମାତ୍ର ଆଶ୍ୱସ୍ତିକର ବିଷୟ ଯେ ଏହି ବୃଦ୍ଧି ଘରୋଇ ଗ୍ୟାସ ପାଇଁ ନୁହେଁ, କେବଳ ବ୍ୟବସାୟିକ ସିଲିଣ୍ଡର କ୍ଷେତ୍ରରେ ଲାଗୁ କରାଯାଇଛି। ଫଳରେ ଏବେ ବାହାରେ ଖାଇବା ଆହୁରି ମହଙ୍ଗା ହୋଇଯିବ । ଇଣ୍ଡିଆନ ଅଏଲ ୱେବସାଇଟ୍‌ ଅନୁଯାୟୀ, ୨୬୫ ଟଙ୍କା ବଢ଼ିବା ପରେ ବର୍ତ୍ତମାନ ଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡର ପିଛା ୨୦୦୦ ଟଙ୍କା ଅତିକ୍ରମ କରିଛି ।  ଦିଲ୍ଲୀରେ ଏବେ କମର୍ସିଆଲ ସିଲିଣ୍ଡର ମୂଲ୍ୟ ୨୦୦୦.୫୦ ଟଙ୍କା ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!