Masthead

ବାଘ ଛାଲ ଜବତ

ମୟୂରଭଞ୍ଜ (ବଡ଼ ଖବର ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ବିଶୋଇ ଥନା ଅନ୍ତର୍ଗତ ଚଟଣି ବସଷ୍ଟାଣ୍ଡରେ ବାଘ ଛାଲ ଡିଲ ବେଳେ ମାଡି ବସିଲା ଏସଟିଏଫ ଟିମ। କଲରାପତରିଆ ବାଘ ଛାଲ ଜବତ ହୋଇଥିବାର ଖବର ସ୍ଥନୀୟ ଅଞ୍ଚଳରେ ଚହଳ ଖେଳିଯାଇଛି। ବିଶୋଇ ଅଞ୍ଚଳରେ ବହୁମୂଲ୍ୟ ବାଘଛାଲ ବେପାରି ଓ କ୍ରେତାଙ୍କ ମଧ୍ୟରେ କୋଟି କୋଟି ଟଙ୍କାର ଡିଲ ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ ଟିମ ୨ଜଣକୁ ଗିରଫ ସହିତ ଦୁଇ ବାଇକ ଜବତ କରିଛି ।

ଗିରଫ ଦୁଇ ଜଣେ ଯୁବକ ହେଲେ ବିଶୋଇ ଥନା ଅଞ୍ଚଳର ଅଭିଜିତ କୁମାର ଗିରି ଓ ଖୁଣ୍ଟା ଥନା ଅଞ୍ଚଳର ଚନ୍ଦକାନ୍ତ କୁରଜି ବୋଲି ଜଣାଯାଇଛି। ଏନେଇ ଅଧିକ ତଦନ୍ତ ଚାଲିଥିବା ବେଳେ ସାଢେ ୫ଲକ୍ଷ ଟଙ୍କାରେ ମୁଲଚାଲ ହୋଇଥିବା ଏସଟିଏଫ ଟିମ ସୂଚନା ଦେଇଛନ୍ତି। ଜବତ କଲରାପତରିଆ ବାଘର ଛାଲ ଆନୁମାନିକ ୧୦ବର୍ଷର, ଛାଲର ଲମ୍ବା ୪ ଫୁଟ, ଲାଞ୍ଜ -ଓଢ଼େଇଫୁଟ, ଓସାର -୨ ଫୁଟ ।

ତେବେ ଜିଲ୍ଲାରେ ରହିଥିବା ଶିମିଳିପାଳ ଅଭୟାରଣ୍ୟରେ ଶୀକାରୀମାନେ ସକ୍ରିୟ ରହିଥିବାବେଳେ ବାଘଛାଲ ଓ ନଖ, ହାତୀଦାନ୍ତ, ବଜ୍ରକାପ୍ତା କାତି ଆଦି ମୂଲ୍ୟବାନ ଜିନିଷର ବ୍ୟବସାୟୀ ରାକେଟ ମଧ୍ୟ ସକ୍ରିୟ ରହି ନିଜର ବ୍ୟବସାୟ ଚଳାଇଥିବା ଜଣାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ