Masthead

ଦୀପାବଳିରେ ଡବଲ ଧମାଲ୍

ମୁମ୍ବାଇ (ବଡ଼ ଖବର ବ୍ୟୁରୋ) : ସିନେପ୍ରେମୀ ମାନଙ୍କୁ ଖୁସି କରିବାକୁ ଏକା ଥରେ ଡବଲ ଧମାଲ ଭେଟି ଦେଇଛି ଫିଲ୍ମ ଇଣ୍ଡଷ୍ଟ୍ରି । ଗୋଟିଏ ବଲିଉଡ ଫିଲ୍ମ ହେଲେ ଆଉ ଗୋଟେ ତାମିଲ୍ ଫିଲ୍ମ । ଏକା ସଙ୍ଗେ ଦିୱାଲିରେ ଦର୍ଶକଙ୍କୁ ଭେଟି ଦେଇଛନ୍ତି ମେକର୍ସ । ତାମିଲ୍ ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ‘ଆନ୍ନାଥେ’ ରିଲିଜ୍ ହୋଇ ଯାଇଛି ସିନେମା ହଲରେ । ଦୀର୍ଘ ଦିନ ହେବ ଫ୍ୟାନ୍ସ ମାନେ ଅପେକ୍ଷା କରି ରହିଥିବା ଏହି ଦମଦାର ଫିଲ୍ମ ଶେଷରେ ପରଦା ଉପରକୁ ଆସିଛି । ଆକ୍ସନ୍ ଡ୍ରାମାରେ ଭରପୁର ଏହି ଦମଦାର ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଶିବ୍ କୁମାର । ୩୫୦ କୋଟି ବଜେଟରେ ନିର୍ମାଣ ହୋଇଛି ଏହି ମଲ୍ଟି ଷ୍ଟାରଫିଲ୍ମ । ଏଥିରେ ରଜନୀକାନ୍ତଙ୍କ ସମେତ ସାଉଥ ଅନେକ ନାମୀ ଦାମୀ ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଛି । ସାଉଥ ଷ୍ଟାର ଜଗପଥୀ ବାବୁ, ପ୍ରକାଶ୍ ରାଜ୍, ସାଉଥ ଅଭିନେତ୍ରୀ କିର୍ତ୍ତି ସୁରେଶ ଓ ନୟନତାରା ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମର ପ୍ରଥମ ଦିନରୁ ହିଁ ବକ୍ସ ଅଫିସରେ ସୁପରହିଟ୍ ହୋଇଛି ଏହି ଫିଲ୍ମ । ଏବଂ ଦର୍ଶକଙ୍କୁ ଏହା ଅନେକ ମାତ୍ରାରେ ପସନ୍ଦ ଆସିଛି ।

ସେହିପରି ବଲିଉଡ ଜଗତରେ ବି ଧମାଲ କରିବାକୁ ଆସିଛି ବିଗ୍ ବଜେଟ୍ ଫିଲ୍ମ ‘ସୁର୍ଯ୍ୟବଂଶୀ’ । ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଫିଲ୍ମକୁ ଅନେକ ଦିନ ହେବ ଅପେକ୍ଷା କରି ରହିଥିଲେ ଦର୍ଶକ । କରୋନା ପାଇଁ ଫିଲ୍ମଟି ସିନେମା ହଲ୍ ରେ ରିଲିଜ୍ ହୋଇ ନପାରି ଅଟକି ରହିଥିଲା । ଏବେ କିନ୍ତୁ ଦୀପାବଳି ଅବସରରେ ସିନେପ୍ରେମାମାନଙ୍କୁ ଭେଟି ଦେଇଛନ୍ତି ମେକର୍ସ । ଅପେକ୍ଷାର ଅନ୍ତଃ ଘଟାଇ ଶେଷରେ ପରଦାକୁ ଆସିଛି ‘ସୂର୍ଯ୍ୟବଂଶୀ’ । ରୋହିତ୍ ସେଟ୍ଟୀଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ପ୍ରାୟ ୨୦୦ କୋଟି ବଜେଟ୍ ରେ ନିର୍ମାଣ ହୋଇଛି । ଏହା ଏକ ମଲ୍ଟି ଷ୍ଟାର ଫିଲ୍ମ ହୋଇଥିବା ବେଳେ ଏଥିରେ ଆକ୍ସନ୍ ର ଧମାକା ଦେଖିବାକୁ ପାଇଛନ୍ତି ଦର୍ଶକ । ଫିଲ୍ମର ଲିଡ୍ ରୋଲ୍ରେ ରହିଛନ୍ତି ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର । ଅକ୍ଷୟ ଡିସିପି ଭୀର୍ ସୂର୍ଯ୍ୟବଂଶୀ ଭୁମିକାରେ ନଜର ଆସିଛନ୍ତି । ତାଙ୍କ ବିପକ୍ଷରେ ଦେଖିବାକୁ ମିଳିଛି ବଲିଉଡର ଚୁଲବୁଲିି ନାୟିକା କ୍ୟାଟ୍ରିନା କୈଫ୍ ଙ୍କୁ । ଫିଲ୍ମରେ ଅକ୍ଷୟଙ୍କ ସହ ଦୁଇଟି ସ୍ପେସିଆଲ କ୍ୟାରେକ୍ଟରରେ ନଜର ଆସିବେ ରଣବୀର ସିଂ ଏବଂ ଅଜୟ ଦେବଗନ୍ । ଦୁହିଁଙ୍କୁ ସିମ୍ବା ଓ ସିଙ୍ଘମ୍ କ୍ୟାରେକ୍ଟରରେ ଦେଖିବାକୁ ମିଳିବ । ତେବେ ସବୁଠାରୁ ଖାସ୍ କଥା ହେଲା ଏହି ଫିଲ୍ମ ରିଲିଜ୍ ହେବା ପୂର୍ବରୁ ହିଁ ବକ୍ସ ଅଫିସରେ ସୁପରହିଟ୍ ହୋଇ ସାରିଛି । ଫିଲ୍ମଟି ହଲରେ ଆସିବା ପୂର୍ବରୁ ସନେମା ହଲ୍ ହାଉସଫୁଲ୍ ହୋଇଥିବା ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼