Masthead

ପ୍ରମାଣ ଯଦି ଅଛି କୋର୍ଟ କାହିଁକି ଯାଉନାହାଁନ୍ତି ନବାବ: ୱାଙ୍ଖଡେ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଗତ କିଛିଦିନ ହେବ ଜାତୀୟତାବାଦୀ କଂଗ୍ରେସ ପାର୍ଟି ନେତା ନବାବ ମଲ୍ଲିକ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ କରି ଆସୁଛନ୍ତି । ହେଲେ ଏଥର ଏନିସିବି ୱାଙ୍ଖଡେ ନବାବ ମଲ୍ଲିକଙ୍କୁ ପାଲଟା ଆକ୍ରମଣ କରିଥିବାର ଦେଖିବାକୁ ମିଳିଛି । ତେବେ ନବାବ ମଲ୍ଲିକ ପାଖରେ ମୋ ବିରୁଦ୍ଧରେ ଯଦି ଏତେ ପ୍ରମାଣ ରହିଛି ତେବେ ସେ କୋର୍ଟ କାହିଁକି ଯାଉନାହାଁନ୍ତି, ବୋଲି ପ୍ରଶ୍ନ କରିଛନ୍ତି ସମୀର ୱାଙ୍ଖଡେ । ସେପଟେ ଯେତେବେଳେ ନବାବ ମଲ୍ଲିକ ଅଭିଯୋଗ କରିଥିଲେ ସେତେବେଳେ ସମୀର ୱାଙ୍ଖଡେ ଦୁବାଇ ଓ ମାଲଦ୍ୱିପରେ ଥିଲେ ।

ଏହା ସତ୍ତେ୍ୱ ମଧ୍ୟ ନବାବ ମଲ୍ଲିକ ଏନସିବି ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ । ତେବେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ମାମଲା ହେଉଛି ଅପହରଣ ଓ ମୁକ୍ତ କରିବାର ମାମଲା । ଏଥିରେ ସମୀର ୱାଙ୍ଖଡେ ମଧ୍ୟ ସମ୍ପୃକ୍ତ ଥିଲେ ବୋଲି ନବାବ ମଲ୍ଲିକ ଅଭିଯୋଗ କରିଥିଲେ । ଅନ୍ୟପଟେ କ୍ରୁଜ ପାର୍ଟି ପାଇଁ ଆର୍ୟନ ଖାନ କୌଣସି ଟିକେଟ କିଣି ନଥିଲେ । ପ୍ରତିକ ଗାବା ଓ ଆମିର ଫିର୍ନିଚରୱାଲା ତାଙ୍କୁ ପାର୍ଟିକୁ ଡାକିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼