Masthead

ଆମେ ତୁର୍କୀ ସହ ଅଛୁ: ମୋଦି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ତୁର୍କୀ ଓ ସିରିଆରେ ଆସିଥିବା ଭୟଙ୍କର ଭୂକମ୍ପକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ । ତୁର୍କୀରେ ଏବେ ଶେଷ ହୋଇଆସୁଥିବା ନିଶ୍ୱାସ ପାଇଁ ପ୍ରତିଟି ମୁହୂର୍ତ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଏଠାରେ ପ୍ରତି ମୁହୂର୍ତ୍ତରେ ଚାଲିଛି ଜୀବନ ମୃତ୍ୟୁର ସଂଘର୍ଷ । ଏହି ସମୟରେ ତୁର୍କୀକୁ ସହାୟତାର ହାତ ବଢାଇଛି ଭାରତ । ତୁର୍କୀର ଏଭଳି ସ୍ଥିତିକୁ ନେଇ ‘ଅପରେସନ ଦୋସ୍ତ’ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆମେ ପ୍ରତି ମୁହୂର୍ତ୍ତରେ ତୁମ ସହ ଅଛୁ । ଆମ ଟିମ ‘ଅପରେଶନ ଦୋସ୍ତ’ ଜରିଆରେ ଏକ ଅଂଶ ଭାବେ ଦିନ ରାତି କାମ କରୁଛନ୍ତି । ଧନଜୀବନ ବଞ୍ଚାଇବାକୁ ସେମାନେ ସେମାନଙ୍କ ପ୍ରୟାସ ଜାରି ରଖିଛନ୍ତି । ଏହି ସଙ୍କଟ ସମୟରେ ଭାରତ ମଜଭୁତ ଭାବେ ତୁର୍କୀର ଜନତାଙ୍କ ସହ ଠିଆ ହୋଇଛି । ତୁର୍କୀରେ ଭାରତର ‘ଅପରେସନ ଦୋସ୍ତ’ ଯତ୍ନ, କରୁଣା ଓ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛି । କଷ୍ଟ ସମୟରେ ସେଠାରେ ସାହାଯ୍ୟ ମିଳିବା ଯୋଗୁ ଜୀବନ ହସୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା