Masthead

ପ୍ରଦୂଷଣରେ ମୁମ୍ବାଇ ନଂ ୧

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମୁମ୍ବାଇ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର । ଆଇକୁ୍ୟଆର ର୍ୟାଙ୍କିଂ ରିପୋର୍ଟ ଅନୁସାରେ ମୁମ୍ବାଇ ହେଉଛି ବିଶ୍ୱର ଦ୍ୱିତୀୟ ସର୍ବାଧିକ ପ୍ରଦୂଷିତ ସହର । ସ୍ୱିସ୍‌ ଏୟାର୍ ଟ୍ରାକିଂ ଇଣ୍ଡେକ୍ସ ଆଇକ୍ୟୁ ଏୟାର୍ ଅନୁସାରେ ଜାନୁଆରୀ ୨୯ରୁ ଫେବ୍ରୁଆରୀ ୮ ଭିତରେ ସାପ୍ତାହିକ ବିଶ୍ବ ରାଙ୍କିଂରେ ମୁମ୍ବାଇ ଥିଲା ବିଶ୍ୱର ଦ୍ୱିତୀୟ ସବୁଠାରୁ ପ୍ରଦୂଷିତ ମହାନଗରୀ। ଜାନୁଆରି ୨୯ରେ ଆଇକ୍ୟୁଏୟାର୍ ରାଙ୍କିଂରେ ମୁମ୍ବାଇ ୧୦ ନମ୍ବରରେ ଥିବା ବେଳେ ଫେବ୍ରୁଆରି ୨ ବେଳକୁ ଏହା ସବୁଠାରୁ ତଳକୁ ଅର୍ଥାତ୍ ୧ ନମ୍ବରକୁ ଖସିଯାଇଥିଲା। ତା’ ପର ସପ୍ତାହରେ ଫେବ୍ରୁଆରି ୮ରେ ଏହା ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ବିତୀୟ ସ୍ଥାନରେ ପହଞ୍ଚିଛି।

ଫେବ୍ରୁଆରି ୧୩ ରେ ବାୟୁମାନ ଦୃ‌ଷ୍ଟିରୁ ମୁମ୍ବାଇ ଦିଲ୍ଲୀକୁ ପଛରେ ପକାଇ ବିଶ୍ବର ସବୁଠାରୁ ଅସ୍ୱାସ୍ଥ୍ୟକର ତୃତୀୟ ମହାନଗରୀରେ ପରିଣତ ହୋଇଥିଲା। ଦିଲ୍ଲୀ ଆଜିଯାଏ ଭାରତର ସବୁଠାରୁ ପ୍ରଦୂଷିତ ମେଟ୍ରୋ ତାଲିକାରେ ଶୀର୍ଷରେ ରହିଆସିଥିଲା। ଜାନୁଆରି ୨୯ରୁ ଫେବ୍ରୁଆରି ୮ ପର୍ୟ୍ୟନ୍ତ ସପ୍ତାହର ସବୁଠୁ ପ୍ରଦୂଷିତ ବିଶ୍ବର ପ୍ରଥମ ୧୦ଟି ସହର ହେଉଛନ୍ତି- ପାକିସ୍ତାନର ଲାହୋର, ଭାରତର ମୁମ୍ବାଇ, ଆଫଗାନିସ୍ତାନର କାବୁଲ, ତାଇୱାନର କାଓସିୟଙ୍ଗ, କିରଗିଜସ୍ତାନର ବିସକେକ୍, ଘାନାର ଆକ୍ରା, ପୋଲାଣ୍ଡର କ୍ରାକାଓ, କାତାରର ଦୋହା, କାଜାଖସ୍ତାନର ଅସ୍ତାନା, ଚିଲିର ସାଣ୍ଟିଆଗୋ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ