Masthead

ଯାହା ନବ ଦାସଙ୍କ ସହ ହେଲା ମୋ ସହ ବି ହୋଇପାରେ: ଜୟନାରାୟଣ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ଯେମିତି ନବଙ୍କ ହତ୍ୟା ହେଲା, ସେମିତି କିଛି ମୋ ସହ ବି ହୋଇପାରେ । ମୁଁ ବିରୋଧୀ ଦଳ ନେତା, କିନ୍ତୁ ନିଜକୁ ସୁରକ୍ଷିତ ମଣୁନାହିଁ । ମୁଁ ସରକାରଙ୍କୁ ଟାର୍ଗେଟ କଲେ, ଚାରେଣି-ଆଠେଣି କାହିଁକି ପ୍ରତିକ୍ରିୟା ରଖୁଛନ୍ତି । ପୋଲିସ-ବିରୋଧୀ ଦଳ ନେତା ମୁଥ ମରାମରି ଘଟଣାର ଦ୍ୱିତୀୟ ଦିନରେ ବିଜେପି-ବିଜେଡି ମଧ୍ୟରେ ରାଜନୈତିକ ଲଢେଇ । ଜୟନାରାୟଣ ରହୁଥିବା ସର୍କିଟ ହାଉସ ଘେରିଛି ବିଜେଡି । ସେପଟେ ରାଜ୍ୟ ସରକାର ଓ ରାଜ୍ୟ ପୋଲିସ ବିରୋଧରେ ବର୍ଷିଛନ୍ତି ଜୟନାରାୟଣ । ତାଙ୍କ ଆଗ୍ରେସନକୁ ଚାପିବାକୁ, ନବ ହତ୍ୟା ଘଟଣାରୁ ନଜର ହଟାଇବାକୁ ଏହା ସରକାରଙ୍କ ଚାଲ୍ ବୋଲି କହିଛନ୍ତି ।

ଏହା ସହ ଏ ଅଭିଯୋଗ ବି କରିଛନ୍ତି, ଯେମିତି ନବ ଦାସଙ୍କୁ ହତ୍ୟା ହେଲା ସେମିତି ଚକ୍ରାନ୍ତ କରି ତାଙ୍କ ସହ ବି କିଛି ହୋଇପାରେ । ଏହା ସହ ପୋଲିସ ଆସୋସିଏସନର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେପଟେ ଜୟନାରାୟଣଙ୍କ ବିରୋଧରେ ଖିଅ ପାଇଯାଇଛି ବିଜେଡି । ଗତଥର ଜୟନାରାୟଣଙ୍କଠାରୁ ପରାଜିତ ହୋଇଥିବା ରାସେଶ୍ୱରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ସମ୍ବଲପୁର ବିଜେଡି ଆକ୍ସନକୁ ଆସିଛି । ସକାଳୁ ସକାଳୁ ଜୟନାରାୟଣ ରହୁଥିବା ସର୍କିଟ ହାଉସ ଘେରାଉ ହୋଇଛି । ବିରୋଧୀ ଦଳ ନେତାଙ୍କ ବିରୋଧରେ କାର୍ଯାନୁଷ୍ଠାନ ଦାବି କରିଛନ୍ତି ରାସେଶ୍ୱରୀ । କୁଆଡେ ଗଲା ବିଜେପିର ମହିଳାଙ୍କୁ ସମ୍ମାନ ନାରା ବୋଲି ପ୍ରଶ୍ନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ