Masthead

ମାଟି ପାଇଁ ପାର୍ଟି ଆଗରେ ମୁଣ୍ଡ ନ ନୁଆଁଇ ଓଡ଼ିଶାର ହକ୍ ପାଇଁ ଲଢ଼ନ୍ତୁ: ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟକୁ ମିଳିବ ନାହିଁ ସ୍ୱତନ୍ତ୍ର ପାହ୍ୟା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହି ବୟାନ ପରେ ସରଗରମ ହୋଇଛି ରାଜନୀତି । ଅର୍ଥମନ୍ତ୍ରୀଙ୍କ ବୟାନ ପରେ ରାଜ୍ୟ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ କରି ବିଜେପିକୁ ଟାର୍ଗେଟ କରିଛନ୍ତି । ୨୦୧୪ ମସିହା ଏପି୍ରଲ ମାସର ବିଜେପିର ନିର୍ବାଚନୀ ଇସ୍ତାହାର ପତ୍ର ଦେଖାଇ ବିଜେପିକୁ ଟାର୍ଗେଟ କରିଛନ୍ତି । ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମଳିବ ବୋଲି ସେତେବେଳେ ନିର୍ବାଚନୀ ଇସ୍ତାହାରରେ ବିଜେପି ପ୍ରକାଶ କରିଥିଲା । କିନ୍ତୁ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ମାଟିରେ ଠିଆ ହୋଇ ଏହାକୁ ରୋକଠୋକ୍ ମନା କରିଦେଲେ ।

ଏହା ଓଡ଼ିଶାବାସୀଙ୍କୁ ଚକିତ ଏବଂ କ୍ଷୁବ୍ଧ କରିଛି। ଓଡ଼ିଶା ବିଜେପିକୁ ମୁଁ ଆହ୍ଵାନ କରୁଛି, ରାଜ୍ୟବାସୀ ଆପଣଙ୍କୁ ୮ଜଣ ସାଂସଦ ଦେଇଛନ୍ତି। ୩ଜଣ କେନ୍ଦ୍ରମନ୍ତ୍ରୀ ବି ଅଛନ୍ତି। ତେଣୁ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ। ମାଟି ପାଇଁ ପାର୍ଟି ଆଗରେ ମୁଣ୍ଡ ନ ନୁଆଁଇ ଓଡ଼ିଶାର ହକ୍ ପାଇଁ ଲଢ଼ନ୍ତୁ। ପ୍ରତିଶ୍ରୁତି ଦେଇ ଧୋକା ଦେଲେ, ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ। କେନ୍ଦ୍ର ସରକାର ଭଲ ଭାବେ ଜାଣନ୍ତି-ବାତ୍ୟା, ବନ୍ୟା, ମରୁଡ଼ି ଭଳି ପ୍ରାକୃତ୍ରିକ ବିପର୍ୟ୍ୟୟ ଓଡ଼ିଶାର ଚିରସହଚର ସାଜିଥିବାରୁ ସବୁବର୍ଷ ଓଡ଼ିଶାବାସୀ ପ୍ରଭୂତ କ୍ଷତି ସହି ଆସୁଛନ୍ତି। ସେ ଦୃଷ୍ଟିରୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ଆମର ହକ୍। ଏଥିପାଇଁ ଯେଉଁ ସଂଗ୍ରାମ ଜାରି ରଖିଛି, ଆଗାମୀଦିନରେ ତାକୁ ଆହୁରି ଶାଣିତ କରିବ। ଏଭଳି ଟ୍ୱିଟ କରି ବିଜେପିକୁ ଟାର୍ଗେଟ କରିଛନ୍ତି ପ୍ରଣବ ପ୍ରକାଶ ଦାସ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା