Masthead

ରାସ୍ତା କାମରେ ଲାଗିଥିବା ମେସିନ ଜାଳିଲେ ମାଓବାଦୀ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ମାଓବାଦୀଙ୍କ ଲଙ୍କାକାଣ୍ଡ । ରାସ୍ତା କାମରେ ଲାଗିଥିବା ଜେସିବିରେ ନିଆଁ ଲଗାଇଲେ ନକ୍ସଲ । ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ଗଟ୍ଟାକାଲରୁ ମେଣ୍ଡ୍ରି ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ନିୟୋଜିତ ୩ଟି ଗାଡି, ଦୁଇଟି ଜେସିବି ଏବଂ ସଡ଼କ ନିର୍ମାଣ କାର୍ଯ୍ୟ କରୁଥିବା ମିକ୍ସର୍ ମେସିନରେ ନିଆଁ ଲଗାଇଲେ ମାଓବାଦୀ। ଏହି ଘଟଣାରେ ୧୫ ଅଧିକ ନକ୍ସଲ ମାଓବାଦୀ ସାମିଲ ଥିବା ଜଣାପଡିଛି।

ସମସ୍ତ ଗାଡିଗୁଡିକ ଜାଳିବା ପୂର୍ବରୁ ମାଓବାଦୀମାନେ ଘଟଣାସ୍ଥଳରେ ଥିବା ଡ୍ରାଇଭର ଏବଂ ଶ୍ରମିକମାନଙ୍କୁ ଧମକ ଦେବା ସହ ସେମାନଙ୍କୁ ସେଠାରୁ ଚାଲିଯିବାକୁ କହିଥିଲେ। ଏହି ଘଟଣା ପରେ କଣ୍ଟ୍ରାକ୍ଟରଙ୍କ ଅବହେଳା ମଧ୍ୟ ସାମ୍ନାକୁ ଆସିଛି । ନକ୍ସଲ ପ୍ରବଣ ଅଞ୍ଚଳରେ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା କଣ୍ଟ୍ରାକ୍ଟର କୌଣସି ସୁରକ୍ଷା ବିନା ପୋଲିସକୁ ନ ଜଣାଇ କାର୍ଯ୍ୟ କରୁଛନ୍ତି। ଯାହା ଫଳରେ ନକ୍ସଲମାନେ ଏହିଭଳି ଅଗ୍ନିକାଣ୍ଡ ଘଟଣାକୁ ସହଜରେ ଘଟାଇ ପାରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼